STORYMIRROR

Amar Malik

Inspirational

3  

Amar Malik

Inspirational

କହିବାର ଥିଲା ଯାହା

କହିବାର ଥିଲା ଯାହା

1 min
344

କହିବାର ଥିଲା ଯାହା କହି ମୁଁ ପାରୁନୀ ସପନ ତ ଆଜି ଅଧା

ଭାବିଥିଲି ଦିନେ ଶିକ୍ଷକଟେ ହେବି ନିଯୁକ୍ତି ସାଜିଛି ବାଧା।


ପ୍ରଶିକ୍ଷଣ ପାଇ ପରୀକ୍ଷା ବି ଦେଇ ମିଳିନି ଆଜି ଚାକିରୀ

ସବୁ ଥାଇ କି ବି ମୁଁ ଆଜି ଗୋଟେ ଶିକ୍ଷିତ ବେକାରୀ ।


ସମସ୍ତେ କୁହନ୍ତି ଶିକ୍ଷକ ଚାକିରୀ ଭାଗ୍ୟରେ ଥିଲେ ମିଳେ

ବାସ୍ତବରେ କିନ୍ତୁ ଏ ଚାକିରି ପାଇଁ ଜୀବନ ବି ବଳି ପଡେ।


ମୋ କଥାଟି ଯଦି ବିଶ୍ୱାସ ହେଉନି ଥରେ ପିଏ ମି ଜି ଯାଇକି ଦେଖ

ସେଠି ମିଳିଯିବ ବଳିଷ୍ଠ ପ୍ରମାଣ ଜାଣିବ ଶିକ୍ଷକ ମାନଙ୍କ ଦୁଃଖ।


କହିବାର ଥିଲା ଯାହା ସବୁ ଦେଲି କହି ଆଉ କିଛି କହିବାର ନାହିଁ।

ଇଚ୍ଛା ଯେ କେବଳ ଶିକ୍ଷକ ଟେ ହେବି ଆଉ କିଛି ଲୋଡା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational