STORYMIRROR

Amar Malik

Inspirational

3  

Amar Malik

Inspirational

ଛଳନା

ଛଳନା

1 min
737

ଜିବନ ର ବାଟ ନୁହେଁ ତ ସହଜ ବାଟ ଏଠି ଅଙ୍କାବଙ୍କା

କାହା ଜୀବନରେ ଖୁସିର ଫଗୁଣ ଆଉ କାହାର ଯେ ଫିକା।


କାହା ପାଇଁ ପ୍ରେମ ଖୁସିର ଜୁଆର କାହା ପାଇଁ ପୁଣି ଭଟ୍ଟା

କାହା ପାଇଁ ପ୍ରେମ ଗୋଲାପ ଫୁଲ ଯେ ଆଉ କାହା ପାଇଁ କଣ୍ଟା


ପ୍ରେମର ଖେଳରେ ଖେଳୁ ଖେଳୁ କିଏ ସବୁ ବାଜି ଜିତିଯାଏ

ଆଉ କିଏ ପୁଣି ସବୁ ବାଜି ହାରି ମରିମରି  ବଞ୍ଚିଥାଏ।


ହୃଦୟକୁ କିଏ ଫୁଲ ଭାବେ ପୁଣି ଆଉ କେ ଭାବେ ଖେଳନା

ବିଶ୍ୱାସରେ କିଏ ବିଷ ଦେଇ ଯାଏ ଆଉ କେ କରେ ଛଳନା।


ଛଳନା ଛୁରୀରେ ହୃଦୟ ବିଚରା ଲହୁ ଲୁହାଣ ଯେ ହୁଏ

ଦେହ ଏଠି ଖାଲି ଶବ ଯେ ପାଲଟେ ଅହରହ ଜଳୁଥାଏ।


ଛଳନା କରିକି ଏହି ଦୁନିଆରେ ଖୁସିରେ କେହି ଯେ ନାହି

ଯେମିତି କରିବ ସେମିତି ପାଇବ ବିଧିର ବିଧାନ ଏହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational