ହେ ଜଗନ୍ନାଥ।
ହେ ଜଗନ୍ନାଥ।
1 min
351
ହେ ଜଗନ୍ନାଥ ତୁମେ ଯେ ଅନନ୍ତ ତୁମ କରୁଣାର ସୀମା ନାହିଁ।
ଭକ୍ତକୁ ଦର୍ଶନ ଦେବା ପାଇଁ ପ୍ରଭୁ ରଥକୁ ଆସ ଓହ୍ଲାଇ।
ତୁମେ ଦୀନବନ୍ଧୁ କରୁଣାର ସିନ୍ଧୁ ତୁମେ ତ ଭବ ସାଗର
ଭକ୍ତ ମନ ବୁଝି ଦୁଃଖ ଦୂର କର ତୁମ ମହିମା ଅପାର।
ପତିତପାବନ ବାନ ଉଡେ ତୁମ ନୀଳାଚଳ ଧାମ ଠାରେ
ଦୁଃଖ ଦୂର ହୁଏ ଖୁସି ମିଳିଯାଏ ପାଦ ପଡ଼ି ଗଲେ ଥରେ।
ତୁମରି ଅବଢ଼ା ଅମୃତଠୁ ମିଠା ଖାଇଦେଲେ ଭୋକ ମରିଯାଏ
ଟଙ୍କ ତୋରାଣିର ଅପୂର୍ବ ବାସନ ତାକୁ କିବା ଭୁଲି ହୁଏ।
ତୁମ ଚକା ଆଖି ଦେଖି ଦେଲେ ଥରେ ସବୁ କିଛି ଭୁଲି ଯାଏ
ଶୟନେ ସପନେ ଜଗତର ନାଥ ତୁମକୁ ମୁଁ ଦେଖୁ ଥାଏ।
