STORYMIRROR

Satyabati Swain

Inspirational

3  

Satyabati Swain

Inspirational

ମୁଢ ମଣିଷ

ମୁଢ ମଣିଷ

1 min
330

ଶାନ୍ତି ଖୋଜୁଛି ମଣିଷ

ଆକାଶର ନିଳିମାରୁ

ପୃଥିବୀର ଶ୍ୟାମଳିମାରୁ

ନଦୀର କୁଳୁ କୁଳୁ ନାଦରୁ

ଝରଣାର ପାହାଡ଼ି ଗୀତରୁ

ପାହାଡ଼ର ପଥର ଛାତିରୁ

ଅରଣ୍ୟର ନିର୍ଜନତାରୁ

ଗଛଲତା, ପତ୍ର,ପବନର

ସନ୍ ସନ୍ ଶବ୍ଦରୁ।


ପୁଣି ଖୋଜୁଛି

ମେଡ଼ିକାଲ ବାରଣ୍ଡାର ତଳେ

ସାଲାଇନ ଲାଗି ମୃତ୍ୟୁ ସହ ଯୁଝୁଥିବା

ରୋଗୀର ସମ୍ପର୍କୀୟ ମାନଙ୍କ

କରୁଣ ଅସହାୟ ମୁହଁରେ

ଆମ୍ବୁଲାନ୍ସ ଶବ୍ଦରେ

ମଦ ଦୋକାନ ଆଗେ

ବେପରୁଆ ଗଡୁଥିବା

ଖାଲି ବୋତଲ, ଡବାର

ଟ ଣ୍ ଟାଣ୍ କାନ୍ଦରେ

ଡ୍ରେନ ଭିତରେ ମରି ପଡ଼ିଥିବା

ଅଚିହ୍ନା ଶବର ପଚା ସଢା ଦେହରେ।


ଖୋଜୁଛି

ସମ୍ପର୍କ ବେପାର ହାଟରେ

ପ୍ରତିଷ୍ଠା ନିଲାମ ବଜାରରେ

କ୍ଷମତା ବିସ୍ଫୋରଣରେ

ସ୍ଖଳିତ

ରୁଗଣ ମାନସିକତାରେ

ଡେଣାକଟା ବିବେକ ପ୍ରଜାପତିଟା

ଛଟପଟ 

ଆପେ ତ ଧ୍ୱଂସର କାରଣ

ଭିତର ନ ଦେଖି

ବାହାରେ କଣ ଖୋଜୁଛୁରେ

ମୁଢ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational