STORYMIRROR

Kishore Nayak

Children

3  

Kishore Nayak

Children

ସଞ୍ଜ ଆସିଲାଣି ନଇଁ

ସଞ୍ଜ ଆସିଲାଣି ନଇଁ

1 min
161


ସଞ୍ଜ ଆସିଲାଣି ନଇଁ 

ସୂରୁଜ ଗଲେଣି ବୁଡି 

ପକ୍ଷୀ ଦଳ ଦଳ ନୀଳ ଆକାଶରେ 

ଯାଉଛନ୍ତି ଦେଖ ଉଡି ll

କେଉଁ ଆଡେ ତାଙ୍କ ଘର? 

କିଏ ଜାଣେ କେତେ ଦୂର? 

କିଏ ସେ ପାରିବ କହି? 

ଯିଏ କହି ଦେବ ସୁନା ପିଲା ହେବ 

ଖାଇବ ସେ ମିଠା ଦହି ll

କେତେ ବିଲ-ବଣ-ପାଟ-ଗହୀର 

ସବୁଜ ବନାନୀ-ଗାଁ-ସହର 

କେତେ ନଦ-ନଦୀ ଡେଇଁ 

ପାହାଡକୁ ଭେଦି ଯାଉଛନ୍ତି ଖେଦି 

କଳରବ ଗୀତ ଗାଇ ll

ଆସରେ ସଙ୍ଗାତ ଆସରେ ମିତ 

ପକ୍ଷୀ ସମ ଗାଇ ଜୀବନ ଗୀତ 

ଆଶା ଅସୁମାରୀ ପଥ ବହୁତ 

ମନରେ ନରଖି ଖେଦ 

କର୍ମଠ ଜୀବନେ ଉଦ୍ୟମୀ ହୋଇଲେ 

ଦୂର ହେବ ସବୁ ଦ୍ଵନ୍ଦ ll



Rate this content
Log in

Similar oriya poem from Children