STORYMIRROR

SARATA KUMAR DAS

Children Stories Inspirational

3  

SARATA KUMAR DAS

Children Stories Inspirational

ଫୁଲଟିଏ ହେବି ମୁଁ

ଫୁଲଟିଏ ହେବି ମୁଁ

1 min
265

ଫୁଲଟିଏ ହେବି ମୁଁ ଯେ

       ଫୁଲଟିଏ ହେବି

ମହକରେ ଜଗତକୁ

       ମହକାଇ ଦେବି

       ମୁଁ ମହକାଇ ଦେବି ।।

କୋମଳ ପରଶ ଦେବି

       ସବୁରି ହୃଦରେ

ମଧୁର ଭାଷାରେ ମୁଁ ଯେ

      ମୋହିବି ମନରେ

      ମୁଁ ମୋହିବି ମନରେ ।। 

ଝୁଲୁଥିବି ପବନରେ

      ହୋଇ ହସ ହସ

ସ୍ନେହ ଶ୍ରଦ୍ଧା ମମତାରେ

      କରିବି ବିଶ୍ବାସ  

     ମୁଁ କରିବି ବିଶ୍ବାସ ।।

ଫୁଟୁଥିବି ନିତି ପ୍ରତି

     ଛୋଟ ବଗିଚାରେ 

ପରକୁ ଆପଣା ଭାବି

     ଗାଇବି ଗୀତରେ 

     ମୁଁ ଗାଇବି ଗୀତରେ ।।

ରାଗ ହିଂସା ରଖିବିନି

     କେବେ ବି ମନରେ

ବାଣ୍ଟୁଥିବି ମହକ ମୁଁ 

     ଏ ପୁଣ୍ୟ ମାଟିରେ

     ମୁଁ ଏ ପୁଣ୍ୟ ମାଟିରେ ।।

ସକାଳରୁ ସଞ୍ଜ ପୁଣି

       ରାତିର ଅନ୍ଧାରେ

ଜଳୁଥିବି ଦିକି ଦିକି

      ଦୀପଟି ହୋଇରେ

      ମୁଁ ଦୀପଟି ହୋଇରେ  ।।

ଦୁଃଖ ସୁଖ ଯେତେ ସବୁ

          କରିବି ନିଜର

ଜଗତ ମଙ୍ଗଳ ପାଇଁ 

         ହେବିନି କାତର

         ମୁଁ ହେବିନି କାତର ।।

ସୁନ୍ଦର ଶରୀର ମୋର

        କଅଁଳ ଭାବନା

ଯେତେ ସବୁ କୋମଳତା

        ଛୁଇଁବ ଚେତନା

        ମୋ ଛୁଇଁବ ଚେତନା ।।


Rate this content
Log in