STORYMIRROR

SARATA KUMAR DAS

Children Stories

3  

SARATA KUMAR DAS

Children Stories

ହେଇ ଦେଖ ପିଲେ

ହେଇ ଦେଖ ପିଲେ

1 min
209


ହେଇ ଦେଖ ପିଲେ

      ଆକାଶରେ ମେଘ ମାରୁଛି ରଡି

ବିଜୁଳି ସାଥିରେ

       ଚମକେଇ ଦିଏ ଘଅଡ ଘଡି ।। 


ମାଟିକୁ ଛୁଉଁଛି 

     ଅସରା ଅସରା ବରଷା ପାଣି

ପାଣିରେ ଫୋଟକା

      ମନକୁ ନେଉଛି ହରଷେ କିଣି ।।


ଉପରୁ ତଳକୁ

    ଗଡିଯାଏ ପାଣି ଧଈରେ ଧୀରେ

କାଗଜଡଙ୍ଗା ମୋ

    ଭାସିଯାଏ କେତେ ମନ ଖୁସିରେ ।। 


ଶୀତୁଆ ପବନ

      ଦେହକୁ ଛୁଉଁଛି ଥିଇରି ଥିରି

ହସେ ବଣ ବିଲ

      ହସେ ଫୁଲ ଫଳ କିଇରି କିରି ।।


କେଁ କେଁ କେଁ କଟର

      ସାରୁଗଛ ମୂଳେ ପଡେ ବିଚାର

ରହି ରହି ଶୁଭେ

      ବେଙ୍ଗୁଲୀ ନାନୀର ମଧୁର ସୁର ।।


ଝଲମଲ ଶୋହେ

      ବାଦଲ ଫାଙ୍କରେ ଇନ୍ଦର ଧନୁ

ମୁରୁକି ହସୁଛି

     ସାତଟି ରଙ୍ଗରେ ସଜାଇ ତନୁ ।।


ମେଘ ଆଢୁଆଳେ 

      ସୂରଜ ବୁଣୁଛି ରଙ୍ଗ ମୁରୁଜ

ବନ ଲତା କୋଳେ

      ମାଟି ମାଆ ହସେ ହୋଇ ସବୁଜ ।।


ଆକାଶ ରାଇଜୁ

      ଅଜାଡି ପଡୁଛି ଆଶିଷ ଧାର

ହେଇ ଦେଖ ପିଲେ

      ଆନନ୍ଦେ ନାଚୁଛି ମନ ଆମର ।।

---'-------------------


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍