STORYMIRROR

SARATA KUMAR DAS

Children Stories

3  

SARATA KUMAR DAS

Children Stories

କୁନା ହେଲା ସୁନା ପିଲା

କୁନା ହେଲା ସୁନା ପିଲା

1 min
279

ମା' କହିଲେ କୁନାକୁ ଥରେ

  ପାଠ ପଢିବୁ ଆ'

ବହି ପତର କଲମ ଧରି

  ପଢାଘରକୁ ଯା' ।।

ଚଗଲା ବୋଲି ନାଁ ଟି ତୋର 

  ଗାଁ ରେ ଜଣାଶୁଣା

ଗଛରେ ଚଢୁ ପାଣିରେ ବୁଡୁ

  ମାନୁନା କାହା ମନା ।।

ନିଧି ସାଆରେ କହିଲେ କାଲି

   ନାଁ ଟି ଧରି ତୋର

କୁନାଟି ଜମା ପଢୁନି ପାଠ

  ଖେଳରେ ମନ ତାର ।।

କହିଲେ ଯେତେ ଶୁଣେନି କଥା

  ଗଣିତ କଷେ ନାହିଁ 

ଇଙ୍ଗିରାଜୀରେ ଭାରି ଦୁର୍ବଳ

  ବିଜ୍ଞାନ ହୁଏ ନାହିଁ ।।

ସାହିତ୍ୟ କଥା କୁହନି ଜମା

  ବନାନ୍ ଭୁଲ୍ କରେ

ଇତିହାସରେ ପାଇଛି ଶୁନ

 ଭୂଗୋଳେ ଗାଲୁ ମାରେ ।।

କାହିଁକି ଧନ ଏମିତି ହେଉ

 ମୁଣ୍ଡ ମୋ ହୁଏ ଝାଇଁ

କେତେ ସପନ ଦେଖିଥିଲି ମୁଁ 

  ଆକାଶେ ଯିବୁ ଧାଇଁ  ।।

କହିଲେ ମାଆ ଝରିଲା ତାଙ୍କ

   ଆଖିରୁ ଲୁହଧାର

କୁନା ପାଦରେ ପଡିଲା ଟୋପା

  ଭୟରେ ଥର ଥର  ।।

କହିଲା କୁନା ମାଆଙ୍କୁ ଧୀରେ

   କରନା ମନ ଛୋଟ

ପଢିବି ପାଠ ମନ ଲଗାଇ

  ହେବି ମୁଁ ଭଲ ଚାଟ ।।

କାନ ଧରୁଛି ଆଖି ଛୁଉଁଛି 

  ହେବି ମୁଁ ସୁନ ପିଲା

କାହାରି ମନେ ଦେବିନି ଦୁଃଖ 

 ଯାହା ହେବାରେ ହେଲା ।।

ମାଆ ହସିଲେ କହିଲେ ଧୀରେ

   କୁନା ବଦଳି ଗଲା   

ହାତ ଧରିଲେ ଗେଲ କରିଲେ

  ପୁଅ ମୋ ଭଲ ପିଲା  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍