STORYMIRROR

SARATA KUMAR DAS

Children Stories

3  

SARATA KUMAR DAS

Children Stories

ରବିବାର

ରବିବାର

1 min
223

ସକାଳୁ ସକାଳୁ ଗୁନୁ ପଚାରିଲା

ବାପାଙ୍କ ପାଖକୁ ଯାଇଁ

"ଆଜି କ'ଣ ତମେ ଅଫିସ୍ ଯିବନି

ମାରୁଛ ଅଳସେ ହାଇ ? "


ବାପା ହସିଦେଲେ କହିଲେ ଗେହ୍ଲେଇ

"ଜାଣିନୁ କି ଧନ ମୋର

ଆଜି ପରା ସବୁ କାମ ଦାମ ବନ୍ଦ

ସପ୍ତାହରେ ଗୋଟେ ବାର ।।


ଆଜି ରବିବାର ମଜା ମଉଜର

ଦିନ ରୂପେ ଜଣାଶୁଣା

ଛଅ ଦିନ ପରେ ଦିନଟି ବିଶ୍ରାମ

ଜିନିଷ ପତର କିଣା  ।।


କାମ କରିକରି ଥକିଗଲେ ଆମେ

ବିଶ୍ରାମ ତ ଲୋଡାହୁଏ

ବିଶ୍ରାମ କରିଲେ କାମ ପାଇଁ ସିନା

ଦୁଇ ଗୁଣ ମନ ହୁଏ ।।"


ଗୁନୁ ଧାଇଁଗଲା ରୋଷେଇ ଶାଳକୁ

ମାଆଙ୍କୁ କହିଲା ଯାଇଁ 

"ବାପାଙ୍କ ର ଯଦି ଆଜି ଛୁଟିବାର

ମୋ ପାଇଁ କାହିଁକି ନାହିଁ ?


ଆଜି ରବିବାର ପଢିବିନି ପାଠ

ଯେତେ ବି କହିଲେ ମୋତେ

ବହି ଛୁଇଁବିନି ଖାତା ଛୁଇଁବିନି

ଖେଳିବି ମୁଁ ସାଙ୍ଗ ସାଥେ  ।।"


ପାଠପଢା ସହ ନାନା ଖେଳକୁଦ 

ଦେହ ପାଇଁ ହିତକର

ଦେହ ସୁସ୍ଥ ହେଲେ ମନ ସୁସ୍ଥ ରହେ

ହେବା ସିନା ଆଗଭର  ।।


ମୁରୁକି ମୁରୁକି ମାଆ ହସୁଥିଲେ

କହିଲେ ଗୁନୁକୁ ଧୀରେ

"ଆଜି ରବିବାର ପାଠ ପଢା ବନ୍ଦ୍

ଯା' ଖେଳ୍ ସାଙ୍ଗସାଥିରେ ।।"


Rate this content
Log in