STORYMIRROR

SARATA KUMAR DAS

Children Stories Others

3  

SARATA KUMAR DAS

Children Stories Others

କାଉ ରାବଇ କା' କା'

କାଉ ରାବଇ କା' କା'

1 min
382


ଗଛ ଡାଳରେ ବସିଛୁ କିଆଁ 

            ରାବୁଛୁ କାଆ କା'

ଚାଉଳ ମୁଠେ ଦେଉଛି ତୋତେ

            ଯାଆରେ ଉଡି ଯା'  ।।


ମାମୁଁ ଗାଆଁକୁ ଯାଆରେ ଉଡି

            ଗହିରୀ ବିଲ ଦେଇ   

ଅଜା ଆଈ ମୋ ଚାହିଁ ଥିବେରେ      

            ବାରତା ଟିକେ ପାଇଁ  ।।


ମାମୁଁଘରର ଉଚ୍ଚ ମଥାନେ

            ବସିବୁ ଯାଇଁ ଧୀରେ

ପାଖରେ ଥିବ ବୁଢା ବରଟି

           ଚିହ୍ନିବୁ ଏକାଥରେ  ।।


ଘର ଆଗରେ ଦେଖିବୁ ତୁରେ

            ପୋଖରୀଟିଏ ଥିବ

ପୋଖରୀ କୂଳେ ମନ୍ଦିର ଟିଏ

            ଶୋଭା ତ ପାଉଥିବ  ।।


ଟିକେ ଆଗକୁ ଯିବୁ ତୁ ଧୀରେ

             ଦେଖିବୁ ଗାଆଁ ହାଟ

ଜାତିଜାତିକା ଦରବ କେତେ

             ଲାଗିଥିବରେ ନାଟ   ।।


ନଈପଠାକୁ ଯିବୁ ତୁ ଚାଲି

            ମନ ହବରେ ଖୁସି

ସୁଲୁସୁଲିଆ ଧୀର ପବନେ

            ଟିକିଏ ଯିବୁ ବସି   ।।


ନଈ ସେପଟେ ବଣ ପାହାଡ

             ଶୁଣିବୁ ହୁକେ ହୋ'

ବିଲୁଆ ନନା ବଡ ଚତୁର

             କୁକୁର ଭୋଅ ଭୋ'  ।।


ଫେରିବା ବାଟେ ଭୁଲିବୁ ନାହିଁ

             ଭେଟିବୁ ଆଜା ଆଈ

କହିବୁ ତାଙ୍କୁ ଖରାଛୁଟିରେ

            ଯିବିରେ ମୁଁ ଯେ ଧାାଇଁ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍