STORYMIRROR

SARATA KUMAR DAS

Children Stories

3  

SARATA KUMAR DAS

Children Stories

ଶଗଡ ଉପରେ ମାଙ୍କଡ

ଶଗଡ ଉପରେ ମାଙ୍କଡ

1 min
194


ଗଡି ଗଡି ଯାଏ ଶଗଡ ଗାଡି

       ଶଗଡ ଉପରେ ମାଙ୍କଡ ଚଢି

ଖେଁ ଖେଁ ହସେ ମୁହଁକୁ ମୋଡି

     ଲୋକ ଚାହିଁଛନ୍ତି ଧାଡି କି ଧାଡି ।।


ଶଗଡ ଚାଲଇ କେଁ କଟର

       ବିଲୁଆ ନନାଟି ବଡ ଚତୁର

ଗହିରୀ ବିଲରେ କରେ ବିଚାର

      ହୁକେ ହୋ ଡାକ ବଡ ମଧୁର ।।


ଟପ ଟପ ପଡେ ବରଷା ପାଣି

     ସାରୁଗଛ ମୂଳେ ବେଙ୍ଗୁଲୀ ନାନୀ

ମୁହଁ ରେ ଲାଜ ତା' ଭାରି ସିଆଣୀ 

     ସତେ କି ଲାଗେ ସେ ବନ ହରିଣୀ ।।


କା' କା' ରାବେ ଡାମରା କାଉ 

     ପାହିଲାଣି ରାତି ଅଳସ ଥାଉ

ଉଠ ଉଠ ମଠ ନକର ଆଉ

     ପହିଲି କିରଣ ଦେହକୁ ଯାଉ ।।


ପୁଷି ମାଉସୀ ଲୋ ପୁଷି ମାଉସୀ 

        ଆଖି ମଟମଟ କରୁଥା ବସି

ମାଛ ତରକାରୀ ସୁଆଦ ବେଶୀ

        ଅନାଇ ବସିଛୁ ଖାଇବୁ ହସି  ।।


ଟୁଉକୁ ମୂଷିରେ ଟୁକେଇ ମୂଷି

      ଧାନ ଭରଣକ ଖାଉଥା ବସି

ଝରାନା ଲୁହ ତୁ ହେଉଥା ଖୁସି      

      ହସୁଥା ତୁ ମୁଁ ଯାଉଛି ଋଷି  ।।




Rate this content
Log in