ହେଇ ପିଲେ ଦେଖ
ହେଇ ପିଲେ ଦେଖ
ହେଇ ପିଲେ ଦେଖ
ଛୁକ୍ ଛୁକ୍ କରି ଆସୁଛି ରେଳ
ଆଗକୁ ମାଡି
ଆର ପଟେ ଦେଖ
ଜିନିଷ ପତର ହାତରେ ଧରି
କେତେ ଯାତିରି
ଧାଉଁଛନ୍ତି ବେଗେ
ଆଗକୁ ଭିଡି ।।
ଏଣେ ଟିକେ ଦେଖ
ଭଅଁ ଭଁ କରି ଆସୁଛି ବଅସ୍
ଧୂଆଁକୁ ଛାଡି
ସେପଟରେ ଦେଖ
ଥୁରୁ ଥୁରୁ ଚାଲି ବୁଢା ଲୋକଟି
କରୁଛି ପାଟି
ଆଗେଇ ଯାଉଛି
ଧରିରେ ବାଡି ।।
ପଛକୁ ଦେଖରେ
ଧକେଇ ଧକେଇ ଗଡେ ଶଗଡ
କେଏଁ କଟର
ଉପରକୁ ଦେଖ
ଭୁଉଁ ଭୁଉଁ ଭୁଉଁ ଉଡାଜାହାଜ
କରି ଆବାଜ
ଯାଉଛିରେ ଉଡି
କେତେ ସୁନ୍ଦର ।।
ହେଇ ପିଲେ ଶୁଣ
କେତେ କେଏଁ କାଆଁ କେତେ ଭେଏଁ ଭାଁ
ଗାଡି ମଟର
ଚଉଦିଗେ ଦେଖ
କେତେ ଧାଆଁ ଦୌଡ ଜନ ଜୀବନ
ମନ ଉଛନ୍ନ
ବିପଦକୁ ତିଳେ
ନାହିଁ ଖାତର ।।
ହେଇ ପିଲେ ଦେଖ
କଳକାରଖାନା ଭଳିକି ଭଳି
କରଇ ରଡି
ମନଦେଇ ଶୁଣ
ଜାତି ଜାତି ପୁଣି କେତେ ଦରବ
ଆମ ଗରବ
ମାନ ସନମାନ
ଯାଏରେ ବଢି ।।
