STORYMIRROR

SARATA KUMAR DAS

Children Stories Inspirational

3  

SARATA KUMAR DAS

Children Stories Inspirational

ହେଇ ପିଲେ ଦେଖ

ହେଇ ପିଲେ ଦେଖ

1 min
252

ହେଇ ପିଲେ ଦେଖ

ଛୁକ୍ ଛୁକ୍ କରି ଆସୁଛି ରେଳ

ଆଗକୁ ମାଡି

ଆର ପଟେ ଦେଖ

ଜିନିଷ ପତର ହାତରେ ଧରି

କେତେ ଯାତିରି

ଧାଉଁଛନ୍ତି ବେଗେ 

        ଆଗକୁ ଭିଡି  ।।

ଏଣେ ଟିକେ ଦେଖ

ଭଅଁ ଭଁ କରି ଆସୁଛି ବଅସ୍

ଧୂଆଁକୁ ଛାଡି 

ସେପଟରେ ଦେଖ 

ଥୁରୁ ଥୁରୁ ଚାଲି ବୁଢା ଲୋକଟି

କରୁଛି ପାଟି

ଆଗେଇ ଯାଉଛି 

       ଧରିରେ ବାଡି ।।

ପଛକୁ ଦେଖରେ

ଧକେଇ ଧକେଇ ଗଡେ ଶଗଡ

କେଏଁ କଟର

ଉପରକୁ ଦେଖ

ଭୁଉଁ ଭୁଉଁ ଭୁଉଁ ଉଡାଜାହାଜ 

କରି ଆବାଜ

ଯାଉଛିରେ ଉଡି

        କେତେ ସୁନ୍ଦର  ।।

ହେଇ ପିଲେ ଶୁଣ

କେତେ କେଏଁ କାଆଁ କେତେ ଭେଏଁ ଭାଁ

ଗାଡି ମଟର

ଚଉଦିଗେ ଦେଖ

କେତେ ଧାଆଁ ଦୌଡ ଜନ ଜୀବନ

ମନ ଉଛନ୍ନ

ବିପଦକୁ ତିଳେ

       ନାହିଁ ଖାତର  ।।

ହେଇ ପିଲେ ଦେଖ

କଳକାରଖାନା ଭଳିକି ଭଳି

କରଇ ରଡି

ମନଦେଇ ଶୁଣ

ଜାତି ଜାତି ପୁଣି କେତେ ଦରବ 

ଆମ ଗରବ

ମାନ ସନମାନ

      ଯାଏରେ ବଢି  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍