STORYMIRROR

SARATA KUMAR DAS

Children Stories

3  

SARATA KUMAR DAS

Children Stories

ମଶା ମାଛିଙ୍କର ମେଳି

ମଶା ମାଛିଙ୍କର ମେଳି

1 min
119

ବରଷା ପଡୁଛି ଟପ୍ ଟପ୍ ଟପ୍

ବେଙ୍ଗୁଲୀ ଡେଉଁଛି ଖପ୍ ଖପ୍ ଖପ୍

ବାଡିରେ ବସିଛି ସଭା

ମଶା ମାଛି ଦୁହେଁ ବିଚାର କରନ୍ତି

ଘରେ ଘରେ ହେବେ ଉଭା ।।

ନିଶକୁ ଫୁଲେଇ ମଶା କରେ ରଡି

ରାଗେ ଗରଗର ମାଛି ଚିଡିଚିଡି

ଯତ୍ନେ ତୋଳିଥିଲେ ଘର

କାଟି କୁଟି ସବୁ ସଫା କରିଦେଲେ

ହେଲା ସିନା ନାରଖାର  ।।

ମାଛି କହେ ଧୀରେ କଥା ଚୁପି ଚୁପି

କାଳେ କିଏ ଶୁଣି ଦେବ ଛପି ଛପି

ଜୀବାଣୁ ଆଣିବ ବୋହି

ଖାଦ୍ୟ ଥାଳିଆରେ ଧୀରେ ଛାଡିଦେବ

ରୋଗ ଆସୁଥିବ ଧାଇଁ  ।।

ମାଛି କଥା ଶୁଣି ଦୁଇଗୋଡ ଟେକି

ମଶା କହେ ଟାଣେ ହୋଇ ସେ ଚାଲାକି

ରକତ ନେବ ସେ ଶୋଷି

ବଂଶ ବଢାଇବ ପାଣିଜାଗା ଦେଖି

ହେବ ସେ କେତେ ଯେ ଖୁସି  ।।

ମ୍ୟାଲେରିଆ ଡେଙ୍ଗୁ ନାନା ଜାତି ଜ୍ବର

ଆସିବ ଅକାଳେ ହୋଇ ତରବର

ହଇଜା ଆସିବ ମାଡି

କେତେ କଷ୍ଟ ସିନା ଭୋଗିବେ ମଣିଷ

ଜୀବନ ଯିବ ତ ଛାଡି   ।।

ମଶା ମାଛିଙ୍କର ଉପଦ୍ରବ ଜାଣି

ମଣିଷଙ୍କ ମଧ୍ୟେ ପଡିଲା ଭାଳେଣି

ଉପାୟ ଖୋଜିଲେ ବସି

ପରିଷ୍କାର କଲେ ନିଜ ପରିବେଶ

ମଶା ମାଛି ବଂଶ ନାଶି  ।।

ମଶାରି ଟାଙ୍ଗିଲେ ପାଣି ସଫାକଲେ

ଖାଇବା ଜିନିଷ ଘୋଡାଇ ରଖିଲେ

ପିଇଲେ ଫୁଟାଇ ପାଣି

ସାବଧାନ ହେଲେ ସଚେତନ କଲେ

ହସିଲା ଧରଣୀ ରାଣୀ    ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍