STORYMIRROR

Writer Roja Panda

Children Stories Others

3  

Writer Roja Panda

Children Stories Others

ଶୀତ ଅନୁଭୂତି

ଶୀତ ଅନୁଭୂତି

1 min
257


ଶୀତ ଆସିଅଛି ପସରା ମେଲି

ପୂଜା ,ପରବକୁ ସାଙ୍ଗରେ ଧରି

ଅନୁଭୂତି ତାର ଅତି ନିଆରା

ଗାଁ ଦାଣ୍ଡେ ତାପାଇଁ ଜମେ ଆଖଡା

ବୁଢ଼ା,ବୁଢ଼ୀ ଯେତେ ହୋଇଣ ମେଳ

ନିଆଁ ପୋଉଥାନ୍ତି ହେଲେ ସକାଳ

କାକର ବିନ୍ଦୁରେ ଧରଣୀ ହସେ

କୁହୁଡ଼ି ପଡିଲେ ଦିଗ ନ ଦିସେ

ଏହି ଦିନେ ମିଳେ ତାଜା ପରିବା

ଆସରେ ପିଲାଏ ଗୀତ ଗାଇବା

ଶୀତ ଆସିଛି ରେ ଶୀତ ଆସିଛି

ସଭିଙ୍କ ଦେହକୁ ସ୍ପର୍ଶ କରୁଛି

ଆସରେ ପିଲାଏ କବାଟ ଖୋଲ

ଶୀତବସ୍ତ୍ର ପିନ୍ଧ ନହୋଇ ଗେଲ୍ଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍