STORYMIRROR

SARATA KUMAR DAS

Children Stories Inspirational

3  

SARATA KUMAR DAS

Children Stories Inspirational

ମିଛ ମୁଁ କହିବି ନାହିଁ

ମିଛ ମୁଁ କହିବି ନାହିଁ

1 min
422

କାନ ମୁଁ ଧରୁଛି ଆଖି ମୁଁ ଛୁଉଁଛି

କରୁଛି ଶପଥ ମୁହିଁ 

ଜୀବନରେ କେବେ ପଦଟିଏ ଦିନେ

ମିଛ ମୁଁ କହିବି ନାହିଁ ।।

ମିଛ କହି ସିନା ଦୁର୍ନାମ ଆଣିବି

ଅପବାଦ ଯାହା ନେବି

ଦେଖି ମୋତେ ଲୋକେ ନାକ ଟେକୁଥିବେ

ମିଛୁଆ ରାଧୁଆ ହେବି  ।।

ଗୋଟିଏ ମିଛକୁ ଲୁଚାଇବା ପାଇଁ 

ଶହେ ମିଛ ସିନା ସୃଷ୍ଟି 

ମିଛ କେବେ ହେଲେ ସମାଧନ ନୁହେଁ 

ନିତି ହେଉଥାଏ ଘାଣ୍ଟି   ।।

ମିଛ କହିବାଟା ମହାପାପ ଜାଣ

ଫଳ ତ ଅଢେଇ ଦିନ

ମିଛ କହି କିଏ ବଡ ହୋଇନାହିଁ 

ପାଏ ସିନା ଅପମାନ ।।

ମିଛରେ ନଥାଏ କେବେ ବଡପଣ

ଥାଏ ଯାହା ହୀନିମାନ

ମିଛର ଚେରଟା ଲମ୍ବି ଲମ୍ବି ଯାଇ

ଛିଡିଯାଏ କେଉଁଦିନ ।।

ସତ କହି ପଛେ ଫାଶୀ ମୁଁ ପାଇବି

ଜୀବନେ ଡରିବି ନାହିଁ 

ସତ ବାଟ ପଛେ ହେଉ ଯେତେ କଷ୍ଟ 

ମିଛ ମୁଁ କହିବି ନାହିଁ ।।

ବଡ ମଣିଷ ମୁଁ ହେବିରେ ଜୀବନେ

ସତ କଥା କହିକହି

ସତପଥେ ଗଲେ ମିଳେ ଜଗନ୍ନାଥ 

ମିଛ ମୁଁ କହିବି ନାହିଁ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍