STORYMIRROR

SARATA KUMAR DAS

Children Stories

3  

SARATA KUMAR DAS

Children Stories

ଚାଲ ଯିବା ପାଠ ପଢି

ଚାଲ ଯିବା ପାଠ ପଢି

1 min
246


ସଞ୍ଜ ଆସିଲାଣି ଗୋରୁ ଫେରିଲେଣି

           ଗାଈ ଗୋଠେ ଭିଡାଭିଡି

କିଆବୁଦା ମୂଳେ ହୁକେ ହୋ ଡାକ

            ବିଲୁଆ ନନାର ରଡି  ।।


ଅନ୍ଧାର ହେଲାଣି ବତୀ ଜଳିଲାଣି

          ଚାଲ ଯିବା ପାଠ ପଢି

ପଢାଘରେ ବସି ହରଷେ ପଢିବା

          ଲାଗିବନି ବେତ ବାଡି  ।।


ପାଠ ପଢି ଦିନେ ହେବାରେ ମଣିଷ

          ରଖିବା ଜାତିର ଟେକ

ହସିବ ଏ ଦେଶ ହସିବ ଏ ମାଟି

          ମାନିବା ବିବେକ ଡାକ ।।


ଅନ୍ୟାୟ ଅନୀତି ଛୁଇଁବନି କେବେ

        କାମରେ ଦେବାଟି ମନ

ଦୁର୍ନୀତି ର ଛିଟା ପଡିବନି ଜମା

         ରଖିବାଟି ସନମାନ ।।


ମାଆ ରାନ୍ଧିଦେବେ ସୁଆଦିଆ ଖାଦ୍ୟ

          ଭାତ ଡାଲି ତରକାରୀ

ହସୁଥିବେ ମାଆ ମୁରୁକି ମୁରୁକି

          ପେଟ ଯାଉଥିବ ପୂରି ।।


ରାତି ପାହିଯିବ ସୂରଜ ଉଇଁବ

           ବିଛଣା ଦେବାରେ ଛାଡି

ସଅଳ ସଅଳ ନିତ୍ୟ କର୍ମ ସାରି

            ପଢାଘର ଯିବା ମାଡି  ।।


ବେଳ ଗଡିଯିବ ସମୟ ହୋଇବ

           ବିଦ୍ୟାଳୟ ଯିବା ଚାଲି

ଆଜି କାମ ଯେତେ ଏବେହିଁ କରିବା

           ରହିବନି ବାକି କାଲି  ।।


ପାଠ ବେଳେ ପାଠ ଖେଳେ ବେଳେ ଖେଳ

               ସଦା ରଖିଥିବା ମନେ

ଗୁରୁ ଗୁରୁଜନ ସାଧୁ ସନ୍ଥ ବାଣୀ

              ବାଜୁଥିବ ଟିକେ କାନେ ।।


ବାପା ମାଆ ଆମ ଚଳନ୍ତି ଠାକୁର

          ଦେବାନି କେବେରେ ଦୁଃଖ 

ହସରେ ଲୁହରେ ସିଏ ପରା ସାଥୀ

          ଭରିଦେବା ଯେତେ ସୁଖ ।।


ଆଶିଷ ତାଙ୍କର ଚନ୍ଦନର ଧାର

           କପାଳରେ ଲେପି ଦେବା

ତେବେ ସିନା ଦିନେ ପାଠ ପଢି ଆମେ

          ସୁମଣିଷ ବୋଲାଇବା  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍