STORYMIRROR

Punya Prava Devi

Children Stories

3  

Punya Prava Devi

Children Stories

ମୋ ନାଆଁ ଟି ମୂଷା

ମୋ ନାଆଁ ଟି ମୂଷା

1 min
327

ମୋ ନାଆଁ ଟି ମୂଷା

ରହିଛି ମୁହିଁ ପଧାନ ଘରେ

ଗମ୍ଭାରୀ ଧାନ ଅମାର ତଳେ

ଚାଲୁଆ ନୁହେଁ ଚୁଟିଆ ନୁହେଁ

ଅଟେ ମୁଁ ଗାତପଶା ।

ମୋ ନାଆଁ ଟି ମୂଷା।

କୁନାର ଜାମା

ଟୁନା ର ବହି

ଦେଇଛି କାଟି

ରାତିରେ ନେଇ

ସକାଳ ହେଲେ

ପଡିବ ଖୋଜା

ସଜାଡି ହେବା

ନୁହେଁ ଟି ସୋଜା

କହିବେ ମାଆ

କାଟିଚି ଯିଏ

ନେଉ ରେ ତୁମ ଦଶା

ମୋ ନାଆଁ ଟି ମୂଷା।

ବୋଝେଇ ଥିଲା

ପରିବା ଝୁଡି

ନେଇ ତା ସବୁ

ଦେଇଛି ଝାଡି

ଶିକାରେ ଥିଲା

ଯେତକ ପିଠା

ଖାଇ ମୋ ପାଟି

କରିଚି ମିଠା

ସକାଳେ କୁନା

ଖାଇବା ପାଇଁ

ଦେଖିବେ ମାଆ

କିଛି ବି ନାହିଁ

ଖତମ୍ ପିଠା

ପଡିଚି ତୁଛା

ରୋଷେଇ ଘରେ କଂସା

ମୋ ନାଆଁ ଟି ମୂଷା ।

ସକାଲ ହେଲେ

ପଡିବ ଖୋଜା

ସଜାଡି ହେବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍