Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Punya Prava Devi

Romance Fantasy

3  

Punya Prava Devi

Romance Fantasy

ତୁମେ ସୂର୍ଯ୍ୟ

ତୁମେ ସୂର୍ଯ୍ୟ

1 min
255


ତୁମେ ସୂର୍ଯ୍ୟ

ମୁଁ ପୃଥିବୀ

ତୁମ ବିନା ମତେ କଳ୍ପନା ବି କରି ହୁଏନା।

ତୁମେ ଦୀପ୍ତ

ସୃଷ୍ଟିର ସକଳ ଐଶ୍ଵର୍ଯ୍ୟରେ

ତୁମେ ରୁଦ୍ଧିମନ୍ତ।

ମୁଁ ତିମିରାବୃତ୍ତ

ମୁଁ ନିସ୍ବ ।

କିନ୍ତୁ ହେ ସୂର୍ଯ୍ୟ।

ମତେ ବିଶ୍ବାସ କର।

ତୁମର ଅନନ୍ତ ଐଶ୍ଵର୍ଯ୍ୟରୁ

ମୁଁ ଆଉ କିଛି ଚାହେଁନା,

କେବଳ ଚାହେଁ

ତୁମ ପ୍ରେମର ଆଲୋକରେ

ଆଲୋକିତ ହେବା ପାଇଁ l

କିନ୍ତୁ ମତେ ଆଲୋକିତ କରିବାର

ଛଳନାରେ ତୁମେ

ଅଗ୍ନି ଦେଇ

ମତେ ଦଗ୍ଧ କରି ଦିଅ କାହିଁକି?

କେବଳ କଣ ମୋର

ସର୍ବଂସହା ନାମଟିକୁ

ସାର୍ଥକ କରିବାକୁ ?


Rate this content
Log in