ଜୀବନ ସଙ୍ଗୀତ - 5
ଜୀବନ ସଙ୍ଗୀତ - 5
ଜୀବନର ଏଇ ଯୁଦ୍ଧ ଭୂମିରେ ସଖୀ,
କେତେ ସଂଗ୍ରାମ, କେତେ ଜୟ ପରାଜୟ l
ଭାବିଲେ ସେ କଥା ପିଲା ଖେଳ ପରି ଲାଗେ,
ଲାଗେ ଥିଲା ଏକ ମିଛ ମିଛ ଅଭିନୟ l
କେତେ ଦିନ ଥିଲା ଧୂସର ଉଷର ଅତି
କେବେ ହେଉଥିଲା ରଙ୍ଗୀନ ଆମ ରାତି
କେତେ ଲୁହ କେତେ ହସରେ ଯାଇଛି ବିତି
କେବେ ଉତ୍ସବ, କେବେ ଥିଲା ସଂଶୟ l
ଜୀବନର ଏଇ ଯୁଦ୍ଧ ଭୂମିରେ ସଖୀ
କେତେ ସଂଗ୍ରାମ କେତେ ଜୟ ପରାଜୟ l
