STORYMIRROR

Punya Prava Devi

Tragedy

3  

Punya Prava Devi

Tragedy

ଶୀତ ରାତି

ଶୀତ ରାତି

1 min
337


କାରେ ଝୁରେ ମୋର

ଚିତ୍ତ ଚକୋର

ଶୀତ ରାତ୍ରିର

ଶୀତଳ ଶେଯେ

ଗୁଣି କା ପୀରତି

ମଧୂର ମୂରତି

ହୃଦୟ କରତି

ତନ୍ଦ୍ରା ତେଜେ l

କାହା ଆଶ୍ଳେଷ

ଉଷ୍ଣ ପରଶ

କାହାର ସରସ

ଅଧର ପାଇଁ

ଏ ମୋ ତନୁମନ

ହୁଏ ଉଚ୍ଛନ୍ନ

ଡାକେ ଯଉବନ

ହାୟ ରେ ହାଇ. ।

ବାତାୟନେ ମୋର

ଶୀତ ରାତ୍ରିର

ଶୀତଳ ସମୀର

ବହୁଛି ଧୀରେ

କାହାପାଇଁ ମୁହିଁ

ହୁଏ କଇଁ କଇଁ

ଉପାଧାନ ଧୋଇ

ଅଶ୍ରୁ ନୀରେ

ଅମୃତୋପମ

କାହାର ବଚନ

ଏ ମୋର ଶ୍ରାବଣ

ଗୁପତେ ହେଜେ

କାହା ପାଇଁ ମୋର

ରୋଦେ ଅନ୍ତର

ଶୀତ ରାତ୍ରିର

ଶୀତଳ ଶେଯେ


Rate this content
Log in

Similar oriya poem from Tragedy