STORYMIRROR

Punya Prava Devi

Abstract

3  

Punya Prava Devi

Abstract

ଜୀବନ ସଂଗୀତ (3)

ଜୀବନ ସଂଗୀତ (3)

1 min
346


ଶ୍ରାବଣର ଏକ ବରଷା ରାତିରେ

ବନ ପଥେ ଯେବେ ଚାଲି ଥିଲି ଭିଜି ଭିଜି

ଅନ୍ଧକାରରେ ବାଉଳା ହୋଇ ମୁଁ

ପାଉ ନ ଥିଲି ମୋ ରାସ୍ତାଟା ଖୋଜି ଖୋଜି


ସେତିକି ବେଳକୁ ଦିଶିଗଲା ଏକ

ଆଲୋକର କ୍ଷୀଣ ରେଖା

ବ୍ରୁକ୍ଷଲତାରେ ପରିବେଷ୍ଟିତ

କୁଟୀର ଭିତରେ ହୋଇଗଲା ତୁମ ଦେଖା


ହାତେ ରହିଥିଲା ସୁରାର ପାତ୍ର

କଣ୍ଠରୁ ତୁମ ଝରୁଥିଲା ମଧୂ ଗୀତି

ଆଶ୍ଲେଷ କରି ବରିନେଲ ମତେ

ଢାଳି ଦେଲ ତୁମ ଅସରା ଅସରା ପ୍ରୀତି

ଭୁଲି ଗଲି ମୋର ସ୍ଥିତି

ଭୁଲି ଗଲି ଯେତେ ନୁଖୁରା ପଣ ମୋ

ଭୁଲି ଗଲି ଯେତେ ଅଭାବ ର ଅନୁଭୂତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract