ଜୀବନ ସଙ୍ଗୀତ - 4
ଜୀବନ ସଙ୍ଗୀତ - 4
1 min
152
ଏମିତି ଗୋଟେ ଆସୁଛି ଦିନ,
ନ ଥିବ ତୁମେ, ନ ଥିବି ମୁହିଁ,
ଜୀବନ ସାରା ଯୁଦ୍ଧ କଲେ,
କାହିଁକି ତେବେ, କଅଣ ପାଇଁ ?
ନ ଥିଲା ବେଳ ଦିନ କି ରାତି
,କାମ ହିଁ ଖାଲି, କାମରେ ମାତି
ସଫଳତା କୁ ସାଉଂଟୁ ଥିଲେ
ଯାହାର ଆଜି ମୂଲ୍ୟ ନାହିଁ ।
ଜୀବନ ସାରା ଯୁଦ୍ଧ କଲେ
କାହିଁକି ତେବେ କଅଣ ପାଇଁ ?
ରାତିରେ କେତେ ଆସିଛି ଶୀତ
ଆଶ୍ଳେଷରେ ନ ରହି ମିତ
କୋଇଲି କେତେ ଗାଇଛି ଗୀତ
ଆମେ ତା ଭୁଲି ଯାଇ,
ଶିଡ଼ି ଉପରେ ଚଢିଛେ ଶିଡ଼ି
ହୋଇଛେ ଖାଲି ଧନର ଆତତାୟୀ ।
