STORYMIRROR

SARATA KUMAR DAS

Children Stories Inspirational

3  

SARATA KUMAR DAS

Children Stories Inspirational

ରଖିବା ଜାତିର ଯଶ

ରଖିବା ଜାତିର ଯଶ

1 min
383


------------------

ହେଇ ପିଲେ ଦେଖ ଉଡିଲାଣି ନେତ

ଆକାଶରେ ଦେଖ ଉଇଁଲେଣି ସୂର୍ଯ୍ୟ 

ଅନ୍ଧାର ଗଲାଣି ହଟି

ହସେ ତରୁଲତା ହସେ ଫୁଲଫଳ

ହସେ ଦେଖ ମାଆ ମାଟି  ।।


ଗୋଟିଏ ଗରଭୁ ଜନମ ଆମର

ଏ ଦେଶ ଆମର ଏକ ପରିବାର

ସରବେ ଭାଇ ଭଉଣୀ

ତା' କୋଳେ ଜନମି ତା' ଆଶିଷ ଲଭି

ହେବା ଦିନେ ଆମେ ଗୁଣୀ  ।।


ସତ୍ୟ ଶାନ୍ତି ପଥେ ହେବା ଆଗୁସାର

ଗଢିବା ଏ ଦେଶ ଜାତିକୁ ଆମର

ହିଂସା ଓ କପଟ ଛାଡି

ଭେଦଭାବ ଯେତେ ଭୁଲିଯିବା ଆମେ

ଯିବାରେ ଆଗକୁ ମାଡି   ।।


ଆମ ଏ ତ୍ରିରଙ୍ଗା ଆମ ଗଉରବ

ଏ ଦେଶ ମାଟିର ଜାତୀୟ ବିଭବ

ତା' ପାଦରେ ପ୍ରଣିପାତ

ହିମାଚଳ ଠାରୁ କନ୍ୟାକୁମାରୀ 

ଗାଇବେ ମୁକତି ଗୀତ   ।।


ହିମାଳୟ ଅଟେ ମୁକୁଟ ଯାହାର

ସାଗର ଧୁଅଇ ଚରଣ ତାହାର

କାଶମୀର ତା'ର ଆତ୍ମା

ସୁଜଳା ସୁଫଳା ଶସ୍ଯ ଶ୍ୟାମଳା

ସେ ଆମ ଭାରତ ମାତା    ।।


ହେଇ ପିଲେ ଶୁଣ ଡାକିଲାଣି ନେତ

ଚାଲ ଯିବା ଧାଇଁ ହେବା ଏକଜୁଟ

ରଖିବା ଜାତିର ଯଶ

ମାଆ ପାଇଁ ଆମେ ଜୀବନ ଦେବାରେ

ଝରୁଥିବ ଓଠେ ହସ     ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍