STORYMIRROR

ବୈଦ୍ଯନାଥ ସାହୁ

Children Stories

3  

ବୈଦ୍ଯନାଥ ସାହୁ

Children Stories

ପାଠ ପଢିବି ମୁଁ କାହିଁ

ପାଠ ପଢିବି ମୁଁ କାହିଁ

1 min
226

 

 

ନାତି ପଚାରିଲା କୁହ ଜେଜେ 

ପଢିଥିଲେ ପାଠ ଲାଭ କେତେ(?),

ହାନିଲାଭ କଥା   ଜାଣିଥିଲେ ପରା

ମନରେ ଆଗ୍ରହ ଜାଗେ ସେତେ।୧


ଶୁଣି ଜେଜେ ମନ ଖୁସି ଅତି

ଉଚିତ ପ୍ରଶୁନ ପାରି ଅଛି,

ଜାଣିଲେ ଏତିକି  ସଫଳତା ପାଇ 

ତିଳେ ଅନମନା ହେବ ନାହିଁ ।୨


ପାଶକୁ ଡାକିଲେ ତା'ର ଜେଜେ

ଶୁଣିଥା ରେ ନାତି ଭେଦ କେତେ,

ବିଦ୍ୟାର ମହତ   ପଢିଥିଲେ ପାଇ

ଜଗତର ଜିତା ହେବୁ ଛାଏଁ।୩


ଦେଶ ବିଦେଶର ବହୁ କଥା

ଲିଖିତ ତହିଁରେ ହୋଇ ଥାଇ,

ପରାଜୟ ଡର  ତିଳେ ରହିବନା

ସୁନାପିଲା ଯିଏ ଜାଣିଥାଇ।୪


ବାପାମାଆ ଯଶ ତୋହ ଠାବେ

ମଥାନତ ତିଳେ ହେବୁ ନା'ରେ,

ବଡ଼ ହେଲେ ବୁଝି  ଚଳିବୁ ସହାସ୍ଯ

ଏ ଧନ- ମହାନ ବୁଝିବୁରେ।୫


ଗଡିଗଲେ ତୋର ପିଲା ବେଳ

ଲେଉଟି ନ ଥାଏ ଏହି ଜାଣ,

କଷଟ କରିଣ   ଆୟତ କରିଲେ

ଖୁସି ହୋଇଥାଇ ଗୁରୁଜନ।୬


"ମହାଧନ" ଏଇ କାମ ଆସେ

ହେଳା ଯେହୁ କରେ ଦୁଃଖେ ବସେ,

ଏତିକି ବୁଝିଥା  ଆଗତ ଜୀବନେ

ହସରୁ ଦରୋଟି ଥିବ ମୁଖେ।୭


ନିଜ କଥା ଛାଡି ମାଆବାପା

ନିରେଖି ତୁ ଦେଖ- କରେ ଶ୍ରମ,

ତୋହରି ଲାଗିତ  କରେ ରୋଜଗାର

ତୋହ ଠୁ ଆଶଇ ବିଦ୍ୟାଧନ।୮


ଅରଜି ଏହାକୁ ହେଲେ ଛିଡ଼ା

କୁରୁଳିବ ମନ- ତାର ଆଶା,

ଏତିକି ପ୍ରାପତ  ତାକୁ ଦେଇଥିଲେ

ତୋ' ଶୀରେ ତା' କର ରହିପରା।୯


ସକଳ ଜୀବନ ଲଢାଇକୁ

ଲୋଡା ପଡିଥାଇ ଏଇ ବିଦ୍ୟା,

ଉଣା ତୁ ନ କରି  ମନ ପ୍ରାଣ ଢାଳି

ଆଜ ହୁଁ ଶପଥ କର ଯଥା।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍