STORYMIRROR

ବୈଦ୍ଯନାଥ ସାହୁ

Inspirational

3  

ବୈଦ୍ଯନାଥ ସାହୁ

Inspirational

ଆସରେ ପିଲାଏ ଜାଣିବା କିଛି

ଆସରେ ପିଲାଏ ଜାଣିବା କିଛି

1 min
134

ଭଲ ପାଠ ପଢି ଆକାଶେ ଉଡିବୁ

ବାପା ମାଆ ଆଶା ପୂରଣ କରିବୁ 

କଥାଟିଏ ଯଦି ମାନୁ,

ପାଠପଢା କାଳେ ଧିରସ୍ଥିର ଥିବୁ

ମନ ଢାଳି ପଢା ସମସ୍ତ ବୁଝିବୁ

ମହାଧନ ସାଉଁଟିବୁ ।

ନ ପାରିଲେ ବୁଝି- ପଚାରିବୁ ପୁଣି

ଶିଖି ଯାଇଥିଲେ କଷଟ ଯେ ନାହିଁ

ଡ଼ର ଲାଗିବନି ଜମା,

ପରୀକ୍ଷା ଆସିଲେ ଉତ୍ତର ଜାଣିକି

ଖୁସି ମନେ ଥାଇ ପାଠଟି ଲେଖିକି

ଆନନ୍ଦିତ ହେବୁ ପରା।

ନ ବୁଝି ତୁ ଜମା' କହ ନା' ବୁଝିଛି

ଏଥିରେ ତୋହର ବହୁତ ଯେ' କ୍ଷତି

ଘୋଷାଶିକ୍ଷା ଜାଣ ବୋକା,

ପ୍ରଦୀପ ସମାନ କାରଣଟି ଜାଣି

ଆୟତ କରିଲେ ବୁଝିବୁନା ପୁଣି

ସ୍ମରଣ ରୁହଇ ସଦା।

ବିଦ୍ୟା ହିଁ ସମ୍ବଳ ମହା ଉପହାର

ତାହାରି ବଳରେ ଜିତିବୁ ଜଗତ

ହାରିଯିବା ଭୟ ନାହିଁ,

ଥରେ ଶିଖିଥିଲେ ସହଜ ଲାଗିବ

ଗୁରୁଜନ ଙ୍କର ଆଦର ପାଇବ

ତୋ' ହସେ- ହସିବ ଭୁଇଁ।

ପାରୁଥୁବୁ ଧ୍ୟାନ ଶିକ୍ଷା ଅଟେ ବଳ

କର ଖେଳକୁଦ ସ୍ୱାସ୍ଥ୍ଯ ଲାଗେ ଭଲ

ଆକଟ କରିବେ ନାହିଁ,

ଚାହାଁନ୍ତି ସମସ୍ତ ବିଜୟ ତିଳକ

ଏହା ତ ଅଟଇ ତୋର ଭବିଷ୍ୟତ

ଅଟକାଇବ କେ' କାହିଁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational