STORYMIRROR

Tapan Kumar Biswal

Children Stories Inspirational Children

3  

Tapan Kumar Biswal

Children Stories Inspirational Children

ସୁଖୀ ପରିବାର

ସୁଖୀ ପରିବାର

1 min
170

   

ବାଘ ସିଂହ ଆଉ ଶୃଗାଳ ମିଶି

ସଭା କରୁଥିଲେ ଅରଣ୍ୟେ ବସି ll


ସଫା ହୋଇଲାଣି ଏହି ଅରଣ୍ୟ

ଶିକାର ମିଳୁନି କରିବା କଣ ll


ବାଘର ମୁହଁରୁ ଏକଥା ଶୁଣି

ସଭିଙ୍କ ମଧ୍ୟରେ ହେଲା ଭାଲେଣି ll


ସିଂହ କହିଲା ମିଳିମିଶି ଆଜି

ଅରଣ୍ୟ କୁ ଯିବା ଶିକାର ଖୋଜି ll


ଜଙ୍ଗଲ ମଧ୍ୟରେ ମିଶି ଖୋଜିଲେ

ଗୋଟିଏ ସମ୍ବର ଖୋଜି ପାଇଲେ ll


ଶିକାର କୁ ଦେଖି ଖୁସି ଯେ ମନ

ମାଂସ କୁ କରିଲେ ଭାଗ ସମାନ ll


ନିଜେ ନିଜ ନିଜ ଭାଗ ଧରିଲେ

ଆନନ୍ଦ ମନେ ଘରକୁ ଆସିଲେ ll


ଗୋଟେ ବୋଲି ଛୁଆ ବାଘର ଜାଣ

ସିଂହ ଛୁଆ ଅଟେ ତା ଦୁଇ ଗୁଣ  ll


ଯେତେଗୋଟି ଛୁଆ ବାଘର ଜାଣ

ବିଲୁଆର ଛୁଆ ତା ତିନି ଗୁଣ ll


ଯାହାର ଯେତୋଟି ଯେ ଛୁଆ ଥିଲା

ସେହିପରି ମାଂସ ଭାଗ ହୋଇଲା ll


ଗୋଟେ ଭାଗ ବାଘ ଛୁଆ ପାଇଲା

ସିଂହ ମାଂସ ଦୁଇ ଭାଗ ହୋଇଲା ll


ବିଲୁଆ ଛୁଆଙ୍କ ଭାଗ ଆସିଲା

ଛଅ ଭାଗ ମାଂସ ଭାଗ ହୋଇଲା ll


ବାଘ ଛୁଆ ମନ ବହୁତ ଖୁସି

ସବୁଯାକ ମାଂସ ଖାଇଲା ବସି ll


ଛୋଟ ପରିବାର ଅଟେ ଯାହାର 

ସୁଖୀ ପରିବାର ନିଶ୍ଚୟ ତାର ll



Rate this content
Log in