STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ତାନିର ଆଜି ଜନମଦିନ

ତାନିର ଆଜି ଜନମଦିନ

1 min
373


ତାନିର ଆଜି ଜନମ ଦିନ

 ଘର ହୋଇଛି ସଜା

ଯତନେ ମାମା କରିଛି ଘରେ

  କାକରା ପିଠା ଖଜା


ଶୁଭ ମନାସି କବିତାଟିଏ

   ପଠାଇଛନ୍ତି ଜେଜ

ଅଜା ଆଈ ତ ପଠାଇଛନ୍ତି

   କେତେ ଯେ ନୂଆ ଚିଜ


ସରଗପରୀ ପରିକା ତାନି

  ହୋଇଛି ଆଜି ବେଶ

ଜଗତଜିତା ତାନି ଆମର 

  ମୁହଁଟି ହସହସ


ଦେଉଳ ଯିବା ପାଇଁ କି ଯେବେ

   ମାମାଙ୍କୁ କହେ ଯାଇ

 ମାମା କହିଲେ ଦେଉଳ ମନା

   କରୋନା କୋପ ପାଇଁ ।


କରୋନା ପାଇଁ କାହା ଘରକୁ 

   ଯାଉ ନାହାନ୍ତି କେହି

କରୋନା ଡରେ ସାଙ୍ଗ ସାଥୀଙ୍କୁ

   ଡାକିନି ତାନି ଯାଇ ।


ଆସିବେ ନାହିଁ ଜେଜ ଜେଜିମା

    ଆସିବେ ନାହିଁ ଆଈ

ମାମୁଙ୍କ ସାଥେ ଆସିବେ ନାହିଁ

   ତାନିର ନୂଆ ମାଇଁ ।

      

ଘରେ ତ ବସି ଦିଅଁଙ୍କ ପାଶେ

    କରନ୍ତି ସବୁ ଅଳି

ଫୁଲ ପରିକା ତାନି ଆମର 

    ବାସନା ଦେଉ ଢାଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children