ଅସୁରକ୍ଷିତ ସେ ପରୀ
ଅସୁରକ୍ଷିତ ସେ ପରୀ


ପୃଥିବୀ ବକ୍ଷରେ ନାରୀଟିଏ ପରା,
ପରୀ ସହ ହୁଏ ଗଣା ।
ସେହି ପରୀଟିର ସୁରକ୍ଷା ଦିଗଟା,
ହୁଏ ଆଜି ବାଟବଣା ।।
ମୁକ୍ତ ଆକାଶରେ ଏକାକୀ ପରୀଟି,
ସ୍ୱାଧୀନେ ନପାରେ ଉଡି ।
ତା ସରଳତାରେ କାମୁକ ରାକ୍ଷସ,
ତାକୁ ନେଇଯାଏ ଭିଡି ।।
ଅସହାୟ ବୋଲି ସୁନ୍ଦରୀ ପରୀଟି,
ଅନ୍ୟର ଶିକାର ହୁଏ ।
ପରୀଟିର ସବୁ ସ୍ୱପ୍ନ,ଅଭିଳାଷ,
ସ୍ୱପ୍ନରେ ହିଁ ରହିଯାଏ ।।
ଆମ ଏ ସମାଜ ନିରିହ ପରୀକୁ,
ସୁରକ୍ଷା ଦେଇ ନ ପାରେ ।
ନିଜ ଅଧିକାରୁ ହୁଅଇ ବଞ୍ଚିତ,
ପରୀଟି ସଭିଙ୍କୁ ଡରେ ।।
ଡରିଡରି ସିଏ କେତେ ବା ବଞ୍ଚିବ,
ହରାଏ ନିଜର ଆଶା ।
ନିଜ ଲୋକ ଯେବେ ସାଜିବେ ରାକ୍ଷସ,
ଆଉ କିଏ ବା ଭରସା ?
ତା' ଇଛାକୁ ଆମେ କରିବା ପୂରଣ,
ସୁରକ୍ଷିତ ତାକୁ ରଖି ।
ତା' ଓଠରେ ଆମେ ଫୁଟାଇବା ହସ,
ସେ ପରା ଶାନ୍ତିର ପକ୍ଷୀ ।।
ଆସ ଆମେ ତାକୁ ହୋଇବା ସହାୟ,
ତା ଦୁଇ ହାତକୁ ଧରି ।
ତା ଲକ୍ଷ୍ୟସ୍ଥଳରେ ଛାଡିଦେବା ତାକୁ,
ଅସୁରକ୍ଷିତ ସେ ପରୀ ।।