ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ସରଗ ସୁନ୍ଦରୀ ପରୀଟିଏ ସାଜି
ଘରକୁ ଆସଇ ଝିଅ
କୁନି କୁନି ପାଦ ପକାଇ ଭୂଇଁ ରେ
ଆଗମନ ହୁଏ ତାର ।
ଝିଅର ଜନମ ଭାରି ହୀନିମାନ
କହିଥାନ୍ତି ଅମଣିଷ
ଯେତେ ସୁୁଲକ୍ଷଣୀ ହୋଇଥିଲେ ବି ସେ
ଲାଗଇ ସଭିଙ୍କୁ ବିଷ ।
ବାପା ମାଆ ମାନେ ପୁଅକୁ ତାଙ୍କର
ଦିଅନ୍ତି ଉତ୍ତମ ସ୍ଥାନ
ଝିଅକୁ ମିଳଇ ଗୋଇଠା ପାହାର
ଆଉ ମାନ ଅପମାନ ।
ଘରେ କିିିିିିି ବାହାରେ ନୁହେଁ ସୁରକ୍ଷିତ
ହେଲେ ମଧ୍ୟ ଝିଅ ହୀରା
କାମୁକ ଲମ୍ପଟ ଆକ୍ରମଣ କରି
କରିଦ୍ୟନ୍ତି ସର୍ବହରା ।
ଝିଅଟିଏ ସିଏ ମନରେ ତାହାର
କେତେ ଅସୁମାରୀ ସ୍ଵ୍ବପ୍ନ
ସବୁ ସ୍ଵପ୍ନ ତା'ର ଅଧୁରା ରହଇ
ଡରି ଡରି ଯାଏ ଦିନ
ଏଥିପାଇଁ ଦାୟୀ କିଏ ଅବା ଆଜି
ଲୁହ ଢାଳେ କନ୍ୟା ରତ୍ନ
ଲୁହ ପୋଛି ବାକୁ କେହିନାହିି ତାର
ଭାଗ୍ୟ ତାର ହିନୀମାନ ।
ମହାତ୍ମା ବାପୁଜୀ କରିଲେ ସ୍ଵାଧୀନ
ଆମରି ଦେଶ ଭାରତ
ସେହି ଭାରତରେ ଜନମ ନେଇ ବି
ଝିଅ ନୁହେଁ ସୁରକ୍ଷିତ ।