ଜୀବନ ସାଥି
ଜୀବନ ସାଥି
ଜୀବନର ଏକ, ସୁପ୍ତ ମରୁଭୂମିରେ, ବାଟ ଚାଲୁଥିଲି ମୁଁ
ଏଇ ଆଶା ନେଇ, କୋଉଠି ନା କୋଉଠି, କେହି ନା କେହି, ଭରା କଳସି ରେ ଆସି ଶୋଷ ମେଣ୍ଟେଇବ କି?
ଏମିତି ଚାଲୁ ଚାଲୁ, ତୁମେ ତ ଆସିଲ ଏ ଜୀବନର ମରୁଭୂମିରେ
ସେଇ ଭରା କଳସୀ ନେଇ, ଭିଜେଇ ଦେଇ ଗଲ ତୁମ ପ୍ରେମ ପରସରେ, ବରସ ବରସ ର ସୁପ୍ତ ମରୁଭୂମି କୁ! !
ଯେତେ ଦୂରେ ଥାଅ ତୁମେ ସାଥି, ତୁମର ଯା ଦୁଇ କଥାର ମହକରେ ମୋ ଦେହେ ଖେଳିଯାଏ ଏକ ଅଜଣା ସିହରଣ, ମତୁଆଲା କରିଦିଏ ମୋତେ ତୁମର ସେଇ ମିଠା ସ୍ୱର ର ନାଦ, ମତୁଆଲା କରିଦିଏ ମୋତେ ତୁମର ସେହି ଅଳସୀ ଦେହର ବାସ୍ନା !
ତୁମରି ସେଇ ଆଲିଙ୍ଗନ ପାଇଁ, ବଞ୍ଚିଛି ବଞ୍ଚିବା ତୁମର ଏ ଜୀବନ ସାଥି ତୁମର ଏ ଜୀବନ ସାଥି l
