STORYMIRROR

alok Kumar

Drama Thriller

4  

alok Kumar

Drama Thriller

ମା ଆସୁଛି

ମା ଆସୁଛି

1 min
210


ପାର୍ବଣ ର ଋତୁ ଆସିଛି

ସିଂହ ବାହିନୀ ମା ଆସୁଛି !


ମାର ଆଗମନେ, ଗଗନ, ପବନ ଯେ ଚଳ ପ୍ରଚଳ,

ମାର କରୁଣା ଲଭିବା ପାଇଁକି

କୀଟ ପରିଜନ୍ତେ ହୁଅନ୍ତି ଆତୁର !


ପାର୍ବଣ ର ଋତୁ ଆସିଛି,ସିଂହ ବାହିନୀ ମା ଆସୁଛି.

ସିଂହ ବାହିନୀ ମା ତୁ, ମହିଷା ମର୍ଦ୍ଧିନୀ ମା !

ଧରାଧାମେ, ବୁଲୁଛନ୍ତି କେତେ, ଭଦ୍ର ପୋଷାକ ଧାରୀ ମହିଷାସୁର, ସେଇଥିପାଇଁ, ଧରାପୃଷ୍ଠେ, ବଢ଼ଇ, ନାରୀ ଦୁଷ୍କର୍ମ ନାରୀ ଅତ୍ୟାଚାର !


ପାର୍ବଣ ର ଋତୁ ଆସିଛି,

ସିଂହ ବାହିନୀ ମା ଆସୁଛି. !


ତୁ ତ ଜଗତ ଜନନୀ ମା, ପୁଣି ସଂହାର କାରିଣୀ, ହେମା ଏ ଧରାଧାମେ ତୁ କର ଆଗମନ, ଧରାପୃଷ୍ଠରେ ରଚନା କର ତୋର ସଂହାର ର ପରବ, ପାପିଙ୍କ ଠାରୁ ରକ୍ଷା କର ମା, ନାରୀ ଅତ୍ୟାଚାର, ନାରୀ ଲୁଣ୍ଠନ, ନାରୀ ଦୁଷ୍କର୍ମ !


ତୁତ ଜଗତ ଜନନୀ ମା ସଂହାର କାରିଣୀ, ତୋରି ପାଦ ପଦ୍ମରେ ମୋର ଗୁହାରି


 ସଦା ଏ ଜଗତର ସଭିଙ୍କ ଉପରେ ଘୋଡ଼ି ହୋଇଥାଉ, ତୋର ସୁରକ୍ଷା ର କାନି.!


ପାର୍ବଣର ଋତୁ ଆସିଛି,

ସିଂହ ବାହିନୀ ମା ଆସୁଛି. !



Rate this content
Log in

Similar oriya poem from Drama