ଫଗୁଣ
ଫଗୁଣ
1 min
204
ଫଗୁଣର ଅବିରରେ
ନିଜ ହଳଦୀ ବସନ୍ତ ଦେହକୁ
ମୋ ପ୍ରେମ ପରସରେ ରଂଗାୟିତ କରିବାକୁ
କଥା ଦେଇଥିଲା ପ୍ରିୟା !
ସାତ ରଙ୍ଗର ରଙ୍ଗରେ ତା ଦେହକୁ ଭିଜେଇ
ମୋତେ ତା ଫୁଲ ଭଳି କୋମଳ ବାହୁର ସ୍ପର୍ଶରେ
ଜହ୍ନ ରାଇଜରେ ଘରଟିଏ ତୋଳିବାକୁ କଥା ଦେଇଥିଲା ପ୍ରିୟା !
ଜହ୍ନ ରାଇଜର ଶୀତଳ ଜୋଛନାରେ
ତା ବୁକୁରେ ଚାପି ଧରି
ରଙ୍ଗ ବେରଙ୍ଗ ତାରାଙ୍କ ଆଲୋକରେ
ମୋତେ ଶୁଆଇ ଦେବ ବୋଲି
କଥା ଦେଇଥିଲା ପ୍ରିୟା!
ଫଗୁଣ ତ ଚାଲିଗଲା
ରଙ୍ଗ ବେରଙ୍ଗର ପରବ ଦୋଳ ବି ଚାଲିଗଲା
ହେଲେ ସାତ ରଙ୍ଗରେ ରଙ୍ଗେଇ ହୋଇ
ମୋତେ ତା ରଙ୍ଗରେ ଭିଜେଇବ ବୋଲି କଥା ଦେଇ
ଆଉ ଫେରିଲାନି ପ୍ରିୟା
ଆଉ ଫେରିଲାନି ପ୍ରିୟା !
