କାଶତଣ୍ଡୀ ର ଦୁଃଖ!
କାଶତଣ୍ଡୀ ର ଦୁଃଖ!
ଶରତ ର ଆଗମନେ,
ଖିଲିଖିଲି ହୋଇ ହସୁଚି କାଶତଣ୍ଡୀ !
କାଶତଣ୍ଡୀ କହୁଛି, ଆସନ୍ତାକି ସହଳ
ମା' ଜଗତଜନନୀର ପାର୍ବଣ ପରବ.!
ମା ର ଦର୍ଶନ ଟିକିଏ ରେ ପାଇଯାନ୍ତି
ବର୍ଷ ବର୍ଷ ର କରୁଣା ର ବିନ୍ଦୁ ସାର !
ଚାହୁଁ ଚାହୁଁ ଆସିଯାଏ ପାର୍ବଣ ର ପରବ,
ମା ଜଗତ ଜନନୀ ଙ୍କର ଧରା ଧାମେ ହୁଏ ଆଗମନ!
ମା' ର ଚାରି ଦିନ ପୂଜାର୍ଚନାରେ ବିତିଯାଏ ଦିନ,
ମା' ର କରୁଣା ରେ, ନିଜକୁ ଧନ୍ୟ ମନେକରନ୍ତି,
ମଣିଷ ଠାରୁ କୀଟ ପରିଯ୍ୟନ୍ତ !
ପାର୍ବଣ ପରେ ଆରମ୍ଭ ହୁଏ ମା ର ଭସାଣି ର ପରବ, ଆନନ୍ଦ ଉର୍ଲାସ ରେ Dj ବାଦ୍ୟର
ଆଧୁନିକ ସଂଗୀତର ତାଳରେ,
ମଦ ନିଶାରେ ମତୁଆଲା ହୋଇ ଚାଲେ
ଅଶ୍ଳୀଳ ନୃତ୍ୟ ର ଆସର !
ଭୁଲିଯାନ୍ତି ସମସ୍ତେ ସେଇ କରୁଣା ମୟୀ,
ମମତାମୟୀ ଜଗତଜନନୀ ମା ର ଭକ୍ତି ସାଗର କୁ!
ଶେଷ ରେ ଆସି ମେଳ ହୁଅନ୍ତି ମା କୁ ମେଲାଣି ଦେବାକୁ
ଗାଁ ମୁଣ୍ଡର ନଦୀ ପଠା ଵା ବନ୍ଧ ତୁଠରେ !
ମନରେ ମା ପ୍ରତି ନ ଥାଏ ସେ ଭକ୍ତି ଭାବ ଵା ସରାଗ,
ମା କୁ ମେଲାଣି ଦେବା ଆଳରେ, ଜାନ ଉପରୁ,
ମଇଳା ଫୋପାଡ଼ିଲା ଭଳି ମାର ମୃଣ୍ମୟୀ ପ୍ରତିମାକୁ
ପାଣିର ଗର୍ଭରେ ଦିଅନ୍ତି ଠେଲି. !
ଦେଖିଲେ ସତରେ ମନରେ ଦ୍ଵନ୍ଦ ଆସେ
ଏଇ କଣ ଆଜିର ଶିକ୍ଷିତ ସମାଜରେ
ମଣିଷ ର ଏହା ମା' ପ୍ରତି ଭକ୍ତି ର ଆବେଗ ?
କ୍ଷଣିକରେ ମଳିନ ପଡ଼ିଯାଏ କାଶତଣ୍ଡୀ ର,
ପାର୍ବଣ ରେ ମାର ଆଗମନ ର ଦିନ?
କାଶତଣ୍ଡୀ ବାହୁନି, ବାହୁନି କୁହେ, ଆଉ ନ ଆସୁ ସେ
ପାର୍ବଣ ର ପରବ, ପାର୍ବଣ ପରେ,
ମା ଙ୍କ ଏଭଳି ଦୁର୍ଦସା ନକରୁ
ଆଜିର ଶିକ୍ଷିତ ମଣିଷ, ଆଜିର ଶିକ୍ଷିତ ମଣିଷ !
