STORYMIRROR

alok Kumar

Romance

3  

alok Kumar

Romance

ରଙ୍ଗ ଦେଖିଲେ ଲାଗଇ ଇର୍ଷା

ରଙ୍ଗ ଦେଖିଲେ ଲାଗଇ ଇର୍ଷା

1 min
169

ରଙ୍ଗ ଦେଖିଲେ ଲାଗଇ ଇର୍ଷା,

ଫଗୁଣର ସାତ ରଙ୍ଗରେ

ରଙ୍ଗେଈ ହୋଇ ଆସିବ ବୋଲି,

ପ୍ରିୟା କୁ ମୋର କରିଥିଲି ଆଶା !

ପ୍ରିୟା ମୋର ମଥାଛୁଇଁ ଦେଇଥିଲା କଥା,

ଆସୁଯେତେ ଝଡ଼ କି ବତାସ,

ସେ ସତରଙ୍ଗେ ରଙ୍ଗେଈ ହୋଇ

ମୋ ପାଶେ ଆସିବ ବୋଲି ଦେଇ ଗଲା ଆଶା.!

ପ୍ରିୟାର ପଥ କୁ ଚାହିଁ,

ମନରେ ଭରିଥିଲି ଅସୁମାରୀ ସ୍ବପ୍ନର ଅକୁହା କଥା,

ପ୍ରିୟା ମୋର ସାତ ରଙ୍ଗର ଫଗୁଣରେ,

ସଜେଇହେଇ ଆସିବ ଯେବେ ମୋ ପାଶେ,

ମୁଁ ତାର ଫୁଲଠୁ ନରମ ଦେହରେ ବୋଳି ଦେବି

ସାତ ରଙ୍ଗର, ନାଲି, ନେଳି, ହଳଦୀ ର ରଙ୍ଗ.!

ସେଇ ରଙ୍ଗରେ ରଙ୍ଗେଈ ହେଇ,

ପ୍ରିୟାମୋର,

ମିଛ ଲାଜରେ ମୋ ଛାତିରେ ପୋତିଦେବ ତାର ଲାଜକୁଳି ହସର ମଥା !

ପ୍ରିୟାର ବାଟ ଚାହିଁ,

ଆଖିରୁ ଝରିଲା ଲହୁ,

ଚାଲିଗଲା ସେଇ ସତରଙ୍ଗ ଫଗୁଣର ପରବ,

ଆସିଲା ନି ସାତ ରଙ୍ଗେ ସଜେଇ ହେଇ ମୋ ଲାଜେଇ ପ୍ରିୟା !

ସେଇଥି ପାଇଁ ତ ମୋ ମନ ହୃଦୟରେ,

ରଙ୍ଗ କୁ ଦେଖିଲେ ହୁଅଇ ଇର୍ଷା,

ରଙ୍ଗକୁ ଦେଖିଲେ ହୁଅଇ ଇର୍ଷା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance