Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

alok Kumar

Romance Tragedy

3.4  

alok Kumar

Romance Tragedy

ତୁମେ ଓ ମୁଁ

ତୁମେ ଓ ମୁଁ

1 min
189



ତୁମେ ଯେବେ ଆସିଲ, ମୋ ଜୀବନ ପଥରେ, ସତରେ ଏ ଶୁଖିଲା ମରୁଭୂମିରେ ସଜଫୁଟା ଗୋଲାପର ସ୍ପର୍ଶ ନେଇ!

ତୁମରି ସ୍ପର୍ଶ ରେ ପୁଣିଥରେ ଶରୀର ରେ ଉଙ୍କି ମାରିଲା ଏକ ନୂତନ ଶିହରଣ ଓ ବଂଚିବାର ଆଶା !

ତୁମ ପ୍ରେମର ସ୍ପର୍ଶ ରେ ମୁଁ ହୋଇଗଲି ମତୁଆଲା, ଭୁଲିଗଲି ମୋ ଜୀବନର ଦୁଃଖ ସବୁ, ତୁମରି ମଧୁର ଭାଷୀ ସ୍ୱର ରେ!

ସକାଳ ହେଉ କି ସଞ୍ଜ ହେଉ, ରାତି ହେଉ କି ଦିନ ହେଉ, ଏ ମନ ହୃଦୟ କେବଳ ବ୍ୟାକୁଳ ହୁଏ ତୁମରି ପ୍ରେମର ସ୍ପର୍ଶ ପାଇବାକୁ, ତୁମ ରି ପ୍ରେମ ବୋଳା ସ୍ୱର ଶୁଣିବାକୁ !

କିନ୍ତୁ

ମନ କଥା ମନରେ ରହି ଯାଏ, ତୁମ ର ସେହି ପ୍ରେମ ବୋଳା ସ୍ୱର ବଦଳେ ମିଳେ ମୋତେ ଭର୍ଚ୍ଛନା, ହେଲେ ବି ଏ ମନ ପ୍ରାଣ, ହୃଦୟ ରେ କେବଳ ତୁମେ ଅଛ ପ୍ରିୟେ, କେବଳ ତୁମେ ଅଛ ପ୍ରିୟେ!


Rate this content
Log in

Similar oriya poem from Romance