STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅସମ୍ଭବ ପ୍ରେମ

ଅସମ୍ଭବ ପ୍ରେମ

1 min
217

ବିଛା ମନ୍ତ୍ର ନଜାଣି ସାପ ଗାତରେ ଦେଇଥିଲି ହାତ, ଅବିଶ୍ବାସୀ କି ଜାଣିବ ପୀରତି ମାରି ଦେଲା ଚୋଟ।

କେନ୍ଦ୍ରାପଡା ଝିଅ ସହ ଏମିତି ଦିନେ କରିଥିଲି ଭାବ,

କଟକର ଗଡଗଡିଆ ଘାଟ ରେ ସିଏ ବୁଡାଇଲା ନାବ।

କେତେ ଆଶା କରି ହାତେ ତା'ର ଦେଇଥିଲି ଗୋଲାପ ,

ସ୍ମିତ ହସି ନେଇଥିଲା ପ୍ରିୟା ମୋର ପ୍ରେମର ସ୍ତବକ।

ମନ ଉଡୁଥଲା ମୋର ପ୍ରଜାପତି ପରିକା ହୋଇ ଆନନ୍ଦିତ ,

ଲାଗୁଥିଲା ସତେ ଅବା ସବୁ ସୁଖ ମୋର ହୋଇଛି ହସ୍ତଗତ।

କୁହୁଡି ର ଭ୍ରମ ପରି ଥିଲା ମୋ ଖିଆଲି ମନ ର ଭାବନା ,

ଭାବ ପୀରତି ତ ନୁହେଁ ଥିଲା ମାତ୍ର ତା'ର ନିଷ୍ଠୁର ଛଳନା।

ଏକଥା ହେଜିବା ବେଳକୁ ମୋର ହୋଇଗଲା ବହୁତ ବିଳମ୍ବ ,

ବେତାଳ ପରିକା ଉଡିଗଲା ଦୂରେ ଶୂନ୍ଯ କରି ମୋର ସ୍କନ୍ଧ।

ମରିଗଲା ମୋ ଭିତରେ ଜାଗି ଉଠୁଥିବା ତରୁଣ ପ୍ରେମିକ ,

ଜାଣିଲି ପ୍ରେମ କରିବା ତ ସଭିଙ୍କ ଦ୍ବାରା ନୁହଁଇ ସମ୍ଭବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract