STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ବିଦାୟ ସଙ୍ଗୀତ

ବିଦାୟ ସଙ୍ଗୀତ

1 min
174


ବିଦାୟ ଲଗନେ କରୁ ସ୍ମୃତିକୁ ଚାରଣ

ଅଧ୍ୟାପକ ଧନ୍ୟ ତୁମ ବ୍ୟକ୍ତିତ୍ୱ ମହାନ ll

ସ୍ବପ୍ନର କଲେଜ ଆମ ଯେ ମଧୁସୂଦନ

ଥିଲ ତୁମେ ଶ୍ରେଷ୍ଠ ଗୁରୁ ରଥ ତ୍ରିଲୋଚନ ll


କପଟୀ ସମୟ ଆଜି କଲା ସାତ ପର

ଶୁଭିବନି ଆଉ ପ୍ରିୟ ଗୁରୁଙ୍କର ସ୍ୱର ll

ସରଳ ବିନୟୀ ଥିଲ ଗୁଣେ ସଦାଚାର

କର୍ମେ ଏକାଗ୍ରତା ଥିଲା ସାଧୁତା ନିଷ୍ଠାର ll


ରାଜନୀତି ବିଜ୍ଞାନର ଥିଲ ଯେ ସାଧକ

କେତେ କଥା ଉପଦେଶେ ଗଢ଼ ନାଗରିକ ll

ସୁଦକ୍ଷ ବିନ୍ଧାଣି ଥିଲ କଲେଜ ନାୟକ

କର୍ତ୍ତବ୍ୟ ନିୟମେ ତୁମେ ଯୋଦ୍ଧାର ପ୍ରତୀକ ll


ଅଣାନବେ ମସିହାରୁ ଆରମ୍ଭ ଚାକିରୀ

ସମୟ ଶ୍ରମକୁ ଦେଇ ପ୍ରିୟ ଯେ ସବୁରୀ ll

ଆବୁଡ଼ା ଖାବୁଡ଼ା ପଥେ ଥିଲଯେ ନାଉରୀ

ସନମାନ ଅରଜିଲ ସୁଗୁଣ ପ୍ରସାରି ll


ଶହ ଶହ ଛାତ୍ର ଛାତ୍ରୀ ପାଇକି ଆଶିଷ

ସମାଜରେ କୀର୍ତ୍ତିମାନ କରିଲେ ପ୍ରକାଶ ll

ସେନହ ଆଦର ଆଣେ ମନରେ ବିଶ୍ୱାସ

ବଡ ସାନ ଭେଦ ଶୂନ୍ୟ ଆତିଥେ ସନ୍ତୋଷ ll


ଦାଣ୍ଡ ମୁକୁନ୍ଦପୁର ର ସୁଯୋଗ୍ୟ ସନ୍ତାନ

ଜନ୍ମ ତୁମ ପୁରୀ ଜିଲ୍ଲା ଜାତିରେ ବ୍ରାହ୍ମଣ ll

ପିତା ମାତା ଙ୍କର ପ୍ରିୟ ଥିଲ ତ୍ରିଲୋଚନ

ତୁମରି ସମ୍ମାନେ ଆଜି କରୁଛି ବନ୍ଦନ ll


ଜଗନ୍ନାଥ ପାଶେ କରେ ମୁହିଁ ନିବେଦନ

ସୁସ୍ଥରେ ଶାନ୍ତିରେ କଟୁ ବଳକା ଜୀବନ ll

କ୍ଷମା କର ଥିଲେ ଦୋଷ ଧରୁଛି ଚରଣ

ସହାୟ ହୁଅନ୍ତୁ ସଦା ପ୍ରଭୁ ନାରାୟଣ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics