STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

କ୍ରିକେଟ୍

କ୍ରିକେଟ୍

1 min
191

ଦେଶଜ ନା ବୈଦେଶିକ

ଲାଗି ରହିଛି ସଦା ଦ୍ବନ୍ଦ୍ବ

କ୍ରୀଡ଼ା ନା ବାଣିଜ୍ଯ

ଚାଲିଛି ନିର୍ଣ୍ଣାୟକ ଯୁଦ୍ଧ

ରାଜନୀତି ନା କୂଟନୀତି

ଏକ ଅସମାହିତ ପ୍ରଶ୍ନବାଚୀ।

ବାଦ ବିବାଦ ପ୍ରତିବାଦ

ରହସ୍ୟ ରୋମାଞ୍ଚ ପ୍ରପଞ୍ଚ

ଅସଂଖ୍ୟ ତାରକା ରତ୍ନରେ ଖଚିତ

ସମସ୍ତ ଐଶ୍ଵର୍ଯ୍ୟରେ ସମୃଦ୍ଧ

ବହୁଦା ବିଭକ୍ତ ଅଖଣ୍ଡ ଆର୍ଯ୍ୟାବର୍ତ୍ତରେ

ନିର୍ବିବାଦୀୟ ପରମୋ ଧର୍ମ

ଯା' ଲାଗି ସର୍ବେ ଐକ୍ୟବଦ୍ଧ।

ଅର୍ଥ ପ୍ରାଧାନ୍ୟ ବିଶ୍ବରେ

ଅର୍ଥର ପ୍ରାଚୁର୍ଯ୍ୟରେ ଭରା

ଏଇ କ୍ରୀଡ଼ା ଯେଉଁଠି

କ୍ରୀଡ଼ାବିତ୍ ହୁଏ କ୍ରୀତ

ନିଲାମୀ ଡାକରେ

ଦେଇ ଜଳାଞ୍ଜଳି ସ୍ବାଭିମାନ

କେବଳ ଅର୍ଥର ମୋହରେ

କ୍ରୀଡ଼ା ନୈପୁଣ୍ୟ ବଦଳେ

ଅଶୋଭନୀୟ ଆଚରଣ

କରେ ପ୍ରଦର୍ଶନ।

ଅର୍ଥର ମୋହରେ

ବିକ୍ରି ହୁଏ କ୍ରୀଡ଼ାବିତ୍.ର ବିବେକ

ଭଦ୍ରଜନର କ୍ରୀଡ଼ାରେ

ଲାଗଇ କେଳେଙ୍କାରୀର କଳଙ୍କ

ଧରା ନ ପଡ଼ିବା ଯାଏଁ

ସଭିଏଁ ଭଦ୍ରଲୋକ

ଧରାପଡିଗଲା ପରେ

ଲୁଚାଅନ୍ତି ମୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract