ବୟସର ବସନ୍ତରେଏ ବିଦୀର୍ଣ୍ଣା ଧରାପୃଷ୍ଠ
ବୟସର ବସନ୍ତରେଏ ବିଦୀର୍ଣ୍ଣା ଧରାପୃଷ୍ଠ
ବୟସର ବସନ୍ତରେ
ଏ ବିଦୀର୍ଣ୍ଣା ଧରାପୃଷ୍ଠରେ
କେବଳ ସୂନ୍ୟତାର ଖାଁ ଖାଁ ଭାବ
ଅସ୍ବାଭିବିକ ଋତୁଚକ୍ର ବି ନୁହଁ
ବସନ୍ତ
ମାନସ ମନ୍ଥନରେ ବିଛିଟା ଋତୁପର୍ଣ୍ଣା ପୃଷ୍ଠା
କେତେଟା ସବ୍ରଂଗ ଶାୟରୀ
କ୍ଷୁଧା ଓ ଦାରିଦ୍ର୍ୟର ଗଜଲରେ ନିକ୍ସଣିତା ପୃଥ୍ବୀ
ପଖାଳ ଦିବସରେ ପଖାଳ ମିଳେନା
କିଂତୁ କବିତା ଦିବସରେ ଅସୁମାରି କବିତା ମିଳେ
ପ୍ରେମର- ପ୍ରଣୟର-ଭାବର-ଅଭାବର
ସ୍ମୃତି, ଅନୁଭୂତି ଓ ସ୍ଥିତିର ତ୍ରିବେଣୀ
କବିତାଟିଏ ହୁଏ ରସୋତୀର୍ଣ୍ଣା
ସଂଗମରେ
ମାନବବାଦର ଜୟଗାନ କରି
ଧରାପୃଷ୍ଠରୁ ନେଇଯାଏ ଯେତେସବୁ ଜରଦ୍ବୀୟ ଚିନ୍ତାଧାରା
ବୟସର ବାସବଦଭା ସେ ପ୍ରେମିକାର ଦାହରେ
ଜଳୁଛି ଖଡବ-ଜଳୁଚି ଜତୁଗୃହ
ଏକ ଅଂତର୍ଦାହଭରା କୌମୁଦୀ ସୌରଭରେ ମହକିତା ସେ ନାୟିକା
ଆସି ମୋତେ ନେଇଯାଏ ଅକ୍ଟୋପସୀ ବାହୁବନ୍ଧନରେ
ଶୂନ୍ୟରୁ ମହାଶୂନ୍ୟ-ଚନ୍ଦ୍ରରୁ ମଂଗଳ
ଏବେ ଝରିଆସିବ ସେ ପ୍ରେମିକ କବିର
ନିରୁତା-ନିଛକ୍ ବସନ୍ତିକ କବିତାରେ ।
