STORYMIRROR

Puspanjali Panda

Classics

3  

Puspanjali Panda

Classics

ଯାଦୁ

ଯାଦୁ

1 min
172


ମାଟି ପାଣି ପବନ

କି ଯାଦୁ କରେ କେଜାଣି

ଉତୁରି ଆସେ ନୂଆ ଏକ 

ଭବିଷ୍ୟତ ଦ୍ରୁମ।।

ଅଣ୍ଡା ଭିତରୁ ବାହାରି ଆସି

ଗୁଟୁରୁ ଗୁଁ କରେ ଜୀବନ।।


ଯାଦୁ ଭରା ଏଇ ଅସାର ସଂସାର

ଜାଣି ବି ଆପଣାଏ ତାକୁ

 ଆପଣାର ଲାଗେ ସମ୍ପର୍କ

ବଞ୍ଚିବା ପରି ମରିବା ଯାଦୁ

ହସିବା ସହ କାନ୍ଦିବା ଯାଦୁ

ଯାଦୁ ମନ୍ତ୍ରରେ ଧାଉଁ ଥାଏ ଜୀବନ।

ସମୟର ଖେଳରେ

ଆଗ ପଛ ଯିବା ଆସିବାର ଯାଦୁ

ଧରାବନ୍ଧା ପ୍ରେମ ପ୍ରତାରଣା

ଦୁଃଖ ସୁଖ ସହ କାନ୍ଦ ସହ

ଯାଦୁ କରେ ଉପରେ ଥିବା ଯାଦୁକର।।


କୁଆଁ ରାବ ଦେଇ ଭୂମିଷ୍ଠ ହୋଇ

ଧୀରେ ଧୀରେ ମାୟା ର ଯାଦୁ ରେ

ବାନ୍ଧି ହୁଏ ଜୀବନ

ମଶାଣି ରେ ବି ଯାଦୁ 

ଶିବ ଶବ ହେଲାପରେ

ଜୁଇ ନିଆଁ ଉପରେ ଖେଞ୍ଚୁ ଥାଏ

ଆଉ ଏକ ଜୀଅନ୍ତା ଜୀବନ

ଆସନ୍ତା କାଲି ପାଇଁ ସ୍ଵପ୍ନ ଦେଖୁଥିବା

ମୃତ୍ୟୁମୁଖୀ ଜୀବନ।।

ଯାଦୁ ନୁହଁ କି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics