STORYMIRROR

Nrusingha Narayan Tripathy

Classics

3  

Nrusingha Narayan Tripathy

Classics

ଗଣେଶାୟ ନମୋନମଃ

ଗଣେଶାୟ ନମୋନମଃ

1 min
180


ଆହେ ପ୍ରଭୁ ଗଜାନନ ଦିଅ ମୋତେ ଦିବ୍ୟଜ୍ଞାନ 

କର ଯୋଡି ତୁମ୍ଭ ପାଦେ କରୁଅଛି ନିବେଦନ 

ଆହେ ପ୍ରଭୁ ଗଜାନନ ଗଣେଶାୟ ନମୋନମଃ ll

(ଘୋଷା )


ପାର୍ବତୀ ନନ୍ଦନ ନାଥ ତୁମେ ପ୍ରଭୁ ଗଣନାଥ

ବିଦ୍ୟାଦାତା ଭଗବାନ ଗଣେଶାୟ ନମୋ ନମଃ ll


ଆହେ ପ୍ରଭୁ -----------------ଘୋଷା


ଏକ ଦନ୍ତ ଲମ୍ବୋଦର ସିନ୍ଦୁରରେ ଶୋଭା ଶିର

ଅଗ୍ରପୂଜ୍ୟ ଶୁଭଙ୍କର ଗଣେଶାୟ ନମୋନମଃ ll


ଆହେ ପ୍ରଭୁ ----ଘୋଷା


ସିଦ୍ଧି ବୁଦ୍ଧି ସହିତାୟ  ଗଣେଶ ବିଶ୍ୱ ରୂପାୟ

ମୋଦକ ପ୍ରିୟ ଦେବାୟ ଗଣେଶାୟ ନମୋନମଃ ll


ଆହେ ପ୍ରଭୁ ----ଘୋଷା


ସର୍ବ ବିଘ୍ନ ବିନାଶାୟ   ବକ୍ରତୁଣ୍ଡ ଦୟାମୟ

ଶିବା ସୁତ କୃପାମୟ ଗଣେଶାୟ ନମୋନମଃ ll


ଆହେ ପ୍ରଭୁ ------------ଘୋଷା


ବିନାୟକ ବାମନାୟ ବରଦାୟ ଶୁଭଦାୟ

ଦେବାୟ ସୁରେଶ୍ଵରାୟ ଗଣେଶାୟ ନମୋନମଃ ll


ଆହେ ପ୍ରଭୁ ----------------ଘୋଷା



Rate this content
Log in

Similar oriya poem from Classics