STORYMIRROR

Anjana Naik,Anju..Deogarh

Classics Inspirational Others

3  

Anjana Naik,Anju..Deogarh

Classics Inspirational Others

ମିଛୁଆ

ମିଛୁଆ

1 min
188

ତୁ ଭଲ ଠକି ପାରୁ ବୋଲି 

ସବୁ ସମ୍ପର୍କ ତୋ ପ୍ରେମର ନିଶାରେ 

ବତୁରି ଯାଇଛନ୍ତି 

ଡ଼ାହା ମିଛ ପ୍ରତିଶୃତି ଗୁଡ଼ିକୁ

ଗୋଛା ଗୋଛା ପ୍ରେମର ଖୁରାକ ଭାବି 

ଆଗ ପଛ ଲକ୍ଷେ ସଲାମ ଠୋକୁଛନ୍ତି ।


ଖୁସି ତ ତୋ ଇସାରାରେ 

ଗୋଟିଏ ଘରୁ ଅନ୍ୟ ଘରକୁ ବୁଲେ

ମନ ବି ବିନ୍ଦାସ୍ ଉଡ଼ିବୁଲେ

ରଙ୍ଗିନ ଚଷମା ପିନ୍ଧି ପ୍ରତ୍ୟେକ ରାତି

ସ୍ବପ୍ନ ଦେଖେ ମାଳମାଳ 

ପକେଟ ଭରି ଯାଇଥିଲେ 

ଦୁନିଆର ସବୁ ସୁଖ 

ପାଖରେ ଥିବାପରି ଲାଗେ ।।


ଦୁଃଖୀର ରଙ୍କୁଣି ସବୁ ସମ୍ପର୍କର ସେତୁ 

କେବେ ପୁଣି ବିପଦରେ

ପୋଛିଦେଉ କାହା ଆଖି ଲୁହ 

ବାଷ୍ପିଳ କଣ୍ଠରେ ରାହା ଫୁଟିଯାଏ

ବଢ଼ିଯାଏ ସବୁଠାରେ ତୋର ମୋହ ।।


ଜୀବନର ସବୁ ଆଶା ଅଶୁମାରି 

ବାସ୍ତବତାରେ ପରିଣତ କରିବାକୁ ଯାଇ

ଅଣ୍ଡାଳି ଦେଖିଲି ଦିନେ 

ଏବେ ସବୁ ସମ୍ପର୍କ ମୋର l

ସ୍ନେହ ବୋଳା ମିଛ ମିଛ ଲାଗେ

ବହୁତ ଭାବିଲା ପରେ ଯାଣିଲି

ମୁଁ ଆଉ ମୋ ସବୁ ଆପଣାର ଲୋକ 

ବିକ୍ରି ହୋଇଯାଇଛନ୍ତି ବୋଧହୁଏ 

ଟଙ୍କାର ମୋହରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics