STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ଖୁସିର ଦୋଳି

ଖୁସିର ଦୋଳି

1 min
145


ଝରା ଦୋଳି ରୁ ଝରୁଛି ମକରନ୍ଦ

ସେ ମକରନ୍ଦ ପ୍ରାପ୍ତିରେ ମନ ଆନନ୍ଦ

ଦୋଳି ଉପରେ ଉପବିଷ୍ଟ ଚିନ୍ମୟାନନ୍ଦ

ଯାହାଙ୍କର ଆଶିଷ ଅଦୃଶ୍ଯରେ ଦୃଶ୍ଯାନନ୍ଦ l

ତୃତୀୟ ନେତ୍ରରେ ଭେଟିଥିଲେ ବିବେକାନନ୍ଦ

ମନ ବିବେକ ରେ ଥୟ କର ତାଙ୍କ ଭେଦ

ତାଙ୍କ କୃପା ହେଲେ ସବୁ ପ୍ରମୋଦ

ତାଙ୍କ କୃପା ବିନା ଏ ଦୁନିଆଟା ଅନ୍ଧ l

ସେ ଝରାଦୋଳିରେ ଝୁଲନ୍ତି ବ୍ରହ୍ମାନନ୍ଦ

ଝୁଲି ଝୁଲାଇଛନ୍ତି ସଚରାଚର ବ୍ରହ୍ମାଣ୍ଡ

ଝୁଲ ରେ ମନ ସାଜି ତୁ ନିତ୍ୟାନନ୍ଦ

ଝୁଲି ପାରିଲେ ଲଭିବୁ ଆଶୀର୍ବାଦ l

ସେ ଝରା ଦୋଳି ଘୂରୁଛି ଓଲଟା ପାଦ

ଝୁଲି ତୁ ନ ପାରିଲେ ଗଣୁଥିବୁ ପ୍ରମାଦ

ବିନା ଚକ ଅଖ ରେ ସେ ଦୋଳି ଦୋଳାୟିତ

ଲକ୍ଷେ ଯୋଜନରୁ ଭକ୍ତିରେ ଶୁଭେ ତା ନାଦ l



Rate this content
Log in

Similar oriya poem from Abstract