ଶୀତର ପହିଲି ସ୍ପର୍ଶ
ଶୀତର ପହିଲି ସ୍ପର୍ଶ
ଧରାବକ୍ଷୁ ଶ୍ରାବଣୀ ର ପଣତ ଘୁଞ୍ଚିଲା
କାଶତଣ୍ଡିଫୁଲ ଶୁଖି ମଉଳିପଡିଲା
ବହୁଦୂରେ ରହିଗଲା ନିଷ୍ଠୁର ନିଦାଘ
ସୁଶିତଳ ଜଳେ କ୍ରିଡା ହଂସରାଳୀ,ବକ l
ଓହ୍ଲାଇଲା ଶୀତରାଣୀ, ନିହାର ପରଶ
ଏଇ ଲାଗିଲା ଶୀତର ପହିଲି ସ୍ପର୍ଶ
ଅବୋଧ ଶିଶୁ ଲୁଚାଏ ମା,କୋଳେ ମୁଖ
ଶୀତର କୋହଲାସ୍ପର୍ଶେ,ଉଷାର ପ୍ରଲେପ l
ସକଳେ ଚାହିଁ ରୁହନ୍ତି ରବି ଆଗମନ
ବାଳ,ବୃଦ୍ଧ ଅଗ୍ନି ଜାଳି ପୋଇଁବାରେ ମନ
ଥୁରୁଥୁରୁ ନବବଧୂ ପିନ୍ଧି ଓଦାଵସ୍ତ୍ର
ଏଇ ଲାଗିଲା ଶୀତର ପହିଲି ସ୍ପର୍ଶ l
ସଂନ୍ଧ୍ୟା କାଳେ ଧିରେଧିରେ ଆସେ ଶୀତରାଣୀ
ଶୋଇଯାନ୍ତି ଶଯ୍ୟା କୋଳେଜୀବ,ଜନ୍ତୁ,ପ୍ରାଣୀ
ଶଯ୍ୟାର ଉଷୁମ କୋଳେ ନିରଵିଯାଏ ନିଶା
ଉଷା ହେଲେ ଜାଗି ଉଠେ ଶୀତରାଣୀ ଦଶା l
ଶୀତ ଗଲେ ଆସିଯାଏ ବସନ୍ତ ପରଶ
ଏଇ ଲାଗିଲା ଶୀତର ପହିଲି ସ୍ପର୍ଶ
ଚାଳରେ ମାଗିଛି ପୋଇ ତଲାରି ପ୍ରକାର
ଶୁଖୁଆ ସାଙ୍ଗରେ ପୋଇ ହୁଏ ଦରକାର l
ବାରିପଟେ ମୂଳାଗଛ ସ୍ବାଦିଷ୍ଟ ସେ, କାଞ୍ଜି
ଏଯୁଗର,ବୋହୁମାନେ ନପାରନ୍ତି ରାନ୍ଧି
ପୂଜିବା କାଞ୍ଜିଅଁଳା ମିଶି ସାତ ଦଶ
ଏଇ ଲାଗିଲା ଶୀତର ପହିଲି ସ୍ପର୍ଶ l
ବିଜେକରିବେ ଗୃହକୁ ଲକ୍ଷ୍ମୀ ଠାକୁରାଣୀ
ଅରୁଆ ଚାଉଳ ବାଟି ଝୋଟି ଦେବାଆଣି
ଗରବଗଞ୍ଜିନୀ ଦେଵୀ ବାଇଠାକୁରାଣୀ
ଧନଧାନ୍ୟେ ଭରିଦେଵା କରିବା ଦୟୀନି l
ବଗିଚାରେ ଗେଣ୍ଡୁଫୁଲ ଦିଶଇ ଶରସ
ଏଇ ଲାଗିଲା ଶୀତର ପହିଲି ସ୍ପର୍ଶ l