STORYMIRROR

Gouri Panda

Classics

3  

Gouri Panda

Classics

ମୁଁ ନିମିତ୍ତ ମାତ୍ର

ମୁଁ ନିମିତ୍ତ ମାତ୍ର

1 min
369

ଏଇ ଦୁନିଆ ରେ ମୁଁ ନିମିତ୍ତ ମାତ୍ର 

ମୋ ଡୋରୀ ତୁମ ହାତରେ। 

ମୁଁ ଛାର ଏଇ ସଂସାର ରେ। 

ପ୍ରଭୁ ହେ। 


ଦେଇଛ ଜନମ, ଏଇ ଦୁନିଆ ରେ

ମୋ ଜୀବନ ତୁମ ଦାନ 

ଆହେ ପ୍ରଭୁ ଭଗବାନ। 

ପ୍ରଭୁ ହେ। 


ତୁମେ ପରା ଦାତା, ମୁଁ ଦାସ ତୁମରି 

ତୁମ ବଡ ଦାଣ୍ଡ ବାହାଚେ ଭିକାରୀ 

ହର୍ତ୍ତାଧର୍ତ୍ତା ତୁମେ ମୋହରି 

ପ୍ରଭୁ ହେ। 


ମୁଁ ନିମିତ୍ତ ମାତ୍ର,ତୁମ ପାଦର ପୂଜାରୀ

ସିଞ୍ଚି ଦିଅ ପ୍ରଭୁ କରୁଣା ର ବାରି।

ଶୁଣୁଥାଅ ପ୍ରଭୁ ମୋ ଗୁହାରି। 

ପ୍ରଭୁ ହେ। 


ମୁଁ ନିମିତ୍ତ ମାତ୍ର, ତୁମ ସୃଷ୍ଟି ନାଦର

ତୁମ ଶ୍ରଦ୍ଧା, ଭାବ ଆଉ ଭାବନାର

ତୁମେ ସ୍ରଷ୍ଟା, ମୁଁ ଶୂନ୍ୟ ଶରୀର 

ପ୍ରଭୁ ହେ। 

ମୁଁ ନିମିତ୍ତ ମାତ୍ର ତୁମ ଏ ସୃଷ୍ଟି ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics