STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ଖାଲି ହାତଟାକୁ ନେଇ ମୁଁ ଫେରିବି

ଖାଲି ହାତଟାକୁ ନେଇ ମୁଁ ଫେରିବି

1 min
331

ମୋ ପୂଣ୍ୟ ତୁମର ମୋ ପାପ ତୁମର

 ଧର୍ମ ଅଧର୍ମ ତୁମର

ମଣିଷ କରିଛ ଧରାକୁ ଆଣିଛ ତୁମେ 

ହେ କଳା ଠାକୁର !!

ଆଶା ଅସୁମାରୀ ସାଗର ସେ ପାରି 

ମାଗିବା ସରେନି କେବେ

ସରେ ନାହିଁ ବୋଲି ମାଗେ ହାତ ଖୋଲି 

ତୁମେ ଦେଉଥିବ ଯେବେ !!

କେତେ କଲି ପାପ କେତେ କଲି ପୂଣ୍ୟ 

ହିସାବ ତୁମରି ପାଖେ

ମିଶାଣ ଫେଡାଣ ଗୁଣନ ହରଣ 

ଭାଜ୍ୟ ଭାଜ୍ୟଫଳ ଦେଖେ !!

କି ନେଇ ଆସିଛି କି ନେଈ ଫେରିବି 

ସବୁ ଶୂନ୍ୟ ମହା ଶୂନ୍ୟ

ଖାଲି ହାତ ଟାକୁ ହଲେଇ ଫେରିବି 

ପଛେ ରହିଯିବ ଧନ !!

ଜନ ଦଉଡିବେ ମଶାଣି ଯାଏଁ ତ 

ଜାୟା ଦ୍ବାର ବନ୍ଧ ଯାଏଁ

ପୁଅ ମୋ ମୁହଁରେ ନିଆଁ ଦେଇସାରି 

ଫେରିବ ଆପଣା ଛାଏଁ !!

ରାମ ନାମ ଏକା ଶୁଣିଥୁବ କଣ୍ଣ 

ବାଟକୁ ଧରମ ମୋର

ଏ ଚନ୍ଦ୍ରକାନ୍ତର ସବୁ ପାପ ପୂଣ୍ୟ 

ଏଇ ମର୍ତ୍ତ୍ୟ ରେ କର ବିଚାର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics