କ୍ଳାନ୍ତ ମନ ଖୋଜୁଛି ପରମ ଗତି
କ୍ଳାନ୍ତ ମନ ଖୋଜୁଛି ପରମ ଗତି
ଏହି ପରୁଷକୈନ୍ଦ୍ରିକ ସମାଜରେ
ନାରୀ ଧୋକା ପାଇ ଭାବୁଛିରେ
ଜୀବନ ଜିଇଁବା ନୁହେଁ ସହଜରେ
ଜନ୍ମ ଠାରୁ ମୃତ୍ୟୁ ଜୀବନ ବୃତ୍ତରେ
କେତେ ହସ ବିଷାଦର ଛାୟା ଭରେ
କଟୁଛି ସମୟ ଅମା ଅନ୍ଧାର ଭିତରେ
ନାରୀର ତ ମନ ଅଛି, ଆଶା ଅଛି
ସମ୍ପର୍କର ମୋହେ ବନ୍ଧା ହୋଇ ଅଛି
ମା, ଜାୟା, ଭଉଣୀ, କନ୍ୟା ନାମରେ
କର୍ମ କରି ଚାଲଛି ରହି କର୍ତ୍ତବ୍ୟ ଭିତରେ
ଚତୁଃପାର୍ଶ୍ୱେ ଏଠି ଉଦାହରଣ ପାଇବ
ପୁରୁଷର ତା ପ୍ରତି ନାହିଁ ପବିତ୍ର ଭାବ
ପ୍ରାଣ ଥିଲା ବେଳେ ରକତ ଶୋଷା ହେବ
ବେଦନାରେ ସେ ନିତି ପାଲଟଇ ଶବ
ପୋଡି଼ ଦିଆ ହୁଏ ଅତ୍ୟାଚର ପରେ
ଶାସକ ପାଶବିକତାର ଜୟଗାନ କରେ
ଭାବୁଛି କେବେ ଆତ୍ମା ପାଇବ ଶାନ୍ତି
କ୍ଳାନ୍ତ ଶ୍ରାନ୍ତ ମନ ଖୋଜୁଛି ପରମ ଗତି।
