STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ସତରେ ତୁମେ ଯଦି ମୋତେ ?

ସତରେ ତୁମେ ଯଦି ମୋତେ ?

1 min
397


ସତରେ ତୁମେ ଯଦି ମୋତେ କିଛି କୁହନ୍ତନି

ତେବେ ମୁଁ କାହାକୁ କୁହନ୍ତି ଥରେ ବତେଇ ଦିଅ ନା


ସତରେ ତୁମେ ଯଦି ମୋତେ କେବେ ଚାହନ୍ତନି


ତେବେ କାହାକୁ ନିରେଖି ଚାହାଁନ୍ତି ଥରେ କହି ଦିଅ


ସତରେ ତୁମେ ଯଦି ମୋତେ ଡାକନ୍ତନି ନା ?


ତେବେ କାହା ପାଖେ ନିଜର ଗୁହାରି କରନ୍ତି

ଥରେ କହି ଦିଅନା ?


ସତରେ ତୁମେ ଯଦି ମୋତେ କିଛି ଦିଅନ୍ତନି


ତେବେ କାହାକୁ ମାଗନ୍ତି

ମୋତେ ଥରେ ତୁମେ କହି ଦିଅନା ?


ସତରେ ତୁମେ ଯଦି ମୋତେ ମନା କରନ୍ତ


ତେବେ କାହାକୁ ମୁଁ ମନେଇଁ ପାରନ୍ତି

ମୋତେ ଥରେ କହି ଦିଅନା ?


ସତରେ ତୁମେ ଯଦି ମୋତେ କବାଟ କିଳନ୍ତ


ତେବେ କାହା ଦୁଆରେ ମୁଁ କବାଟ ବାଡେଇବି

ଥରେ କହି ଦିଅନା ?


ସତରେ ତୁମେ ଯଦି ମୋତେ ବାରଣ କରନ୍ତ


ତେବେ କାହା ପାଖରେ ଶରଣ ପସନ୍ତି

ତୁମେ ଥରେ ମୋତେ କହି ଦିଅ ନା ?


ସତରେ ତୁମେ ଯଦି ମୋତେ ଲୁଚନ୍ତ


ତେବେ କାହାକୁ ମୁଁ ଖୋଜିବି ତୁମେ ଥରେ ମୋତେ କହି ଦିଅ ନା ?


ସତରେ ତୁମେ ଯଦି ମୋତେ ଫରେଇ ଦିଅନ୍ତ


ତେବେ କାହା ପାଖରେ ମୁଁ ଫେରାଦି ହେବି

ତୁମେ ଥରେ କହି ଦିଅ ନା ?


ସତରେ ତୁମେ ଯଦି ମୋତେ ନିର୍ଭୟ ହୁଅନ୍ତ


ତେବେ କେଉଁ ଦୟାବନ୍ତ ଙ୍କୁ ନିଜର ଅଳି କରନ୍ତି

ଥରେ ମୋତେ କହି ଦିଅ ନା ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics