Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

3.9  

Jagannath Barik

Classics

ମିଥ୍ୟା ଅଭିନୟ

ମିଥ୍ୟା ଅଭିନୟ

1 min
296


ଟେକିଦେଲି ଶୂନ୍ୟକୁ ହାତ 

   ତୋଳି ନିଅ ମୋତେ କଳା ସାଆନ୍ତ 

ଅଭିନୟ ପାଇଁ ଆସିଥିଲି ଧାଇଁ 

    ମର୍ତ୍ତ୍ୟ ରଙ୍ଗମଞ୍ଚେ ହୋଇ ପ୍ରେରିତ 

ଭୁଲିଲି ସଂଳାପ କରୁଛି ପ୍ରଳାପ 

    ନୃତ୍ୟ ଗୀତ ଠାଣି ହେଲା ବିସ୍ମୃତ

   ଟେକିଦେଲି ଶୂନ୍ୟକୁ ହାତ |


ଯେବେଠୁଁ ଜାଣିଲି ସବୁ ମିଥ୍ୟା ବୋଲି 

    ଆଉ ଅଭିନୟେ ନବଳେ ଚିତ୍ତ 

କେତେ ହସ କାନ୍ଦ ବିଷାଦ ଆନନ୍ଦ 

    ସବୁତ ଅଳିକ ତୁମେ ଶାଶ୍ୱତ

   ଟେକିଦେଲି ଶୂନ୍ୟକୁ ହାତ |


ରଙ୍ଗୀନ ଦୁନିଆ କଲାଣି ଛାନିଆ 

     ଷଡ଼ ରିପୁ ମେଳେ ହେଲି ନୟାନ୍ତ 

ବୁଝିଗଲି ମାୟା କିମ୍ପା ହେବି ବାୟା 

     ଧନ ଦାରା ସୁତ ସବୁ ଅସତ୍ୟ

   ଟେକିଦେଲି ଶୂନ୍ୟକୁ ହାତ |


ସତ ଚିଦାନନ୍ଦ ଗୋବିନ୍ଦ ଗୋବିନ୍ଦ 

    ପଦାରବିନ୍ଦ ନିସୃତ ଅମୃତ 

ପାନରେ ମିଳିନ୍ଦ ହେବି ଆଦିକନ୍ଦ 

    ମନୋରଥ ପୂରିଯିବ ସତତ  

    ଟେକିଦେଲି ଶୂନ୍ୟକୁ ହାତ |


ମାତୃଗର୍ଭ ଜ୍ଞାନ ହୋଇଲାଣି ଧ୍ୟାନ 

    ପାଇଗଲି ପ୍ରଭୁ ନିଗମ ତତ୍ତ୍ୱ 

ଭାଷେ ଜଗନ୍ନାଥ ରଖ ଜଗନ୍ନାଥ 

   ନୀଳାଦ୍ରି ବିହାରୀ କମଳା କାନ୍ତ

    ଟେକିଦେଲି ଶୂନ୍ୟକୁ ହାତ |


Rate this content
Log in

Similar oriya poem from Classics