STORYMIRROR

Nabaranjan Palatasingh

Classics Inspirational

4  

Nabaranjan Palatasingh

Classics Inspirational

କବି

କବି

1 min
31

ଯେବେ କବିତାର ପଙ୍କ୍ତି ଗୁଡ଼ିକ ରକ୍ତରେ ମିସେ।

କେବେ ସେ ନୀରବେ ହସେ ପୁଣି ଅନେକ କାନ୍ଦେ।


ଯେବେ ଇନ୍ଦ୍ରଧନୁ ଆକାଶେ ଦିଶେ।

ଖିଆଲି ମନଟା ଉଦାସ ବସେ।


ଅନ୍ଧାର କୋଠରି ରୁ ସେ ଝରକା ଫାଙ୍କ ରେ ଚାହେଁ।

ଗୁଣୁଗୁଣୁ ହୋଇ ସେ ଅନେକ ଅକୁହା କଥା କହେ।


ଲେଖେ ସେସବୁକୁ ଯାହା ହୃଦୟ ଦେଖେ।

ଲେଖିବା ପାଇଁ ତ ସେସବୁକୁ ମଉନି ସହେ।


ଉଜାଗର ରହି ସେ ଲେଖେ ଅକୁହା ସତ।

ସାଧା କାଗଜରେ ବୁହାଏ ସେ ଲେଖନୀରୁ ରକ୍ତ।


ସେ ଗଲାପରେ ଶରୀର ତାର ମାଟିରେ ମିଶେ।

ନକହି କିଛି ପ୍ରକୃତି ନିଶବ୍ଦ ବସେ।


ଏକାନ୍ତରେ ବସି ଲେଖନୀ କରେ ବିରହ।

ଅଭିମାନ କରି ଲେଖନୀ କୁହେ ତୁମେ ଦୂରରେ ରୁହ।


ବିରହ ଜ୍ୱାଳାରେ ଜଳେ ସେ ସାଧା କାଗଜ।

ପ୍ରକୃତି ହୁଏ ପୁଣି ନକହି ସଜବାଜ।


ଅଛପା ଲେଖା ସବୁ ଥାକରୁ ଖସେ।

ସେ ସବୁ ସୃଜନୀ ପୁଣି ଆତ୍ମାରେ ମିଶେ।


ନିର୍ଜୀବ କାଗଜ ପୁଣି ଜୀବିତ ରଡେ।

ଯେବେ ପାଠକ ସେ କବିତା ପଢ଼େ।


ମରିକି ବି ସେ ହୁଏ ଅମର।

କବିର ଜନ୍ମ ଏକ ଭଗବାନଙ୍କ ବର !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Nabaranjan Palatasingh

Similar oriya poem from Classics